Advertisment

ଏଣିକି ପ୍ରତି ଶନିବାର ବନ୍ଦ ରହିବ ଅଫିସ୍

ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସ୍‌। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍‌ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

ଅଦ୍ୟତନ ହୋଇଛି
ଏଣିକି ପ୍ରତି ଶନିବାର ବନ୍ଦ ରହିବ ଅଫିସ୍

office

Advertisment

ଭୁବନେଶ୍ୱର: ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସ୍‌। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍‌ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ଅଧିକାଂଶ କର୍ମଚାରୀ ଟିକା ନେଇଥିବାରୁ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଏହି ନିର୍ଦ୍ଦେଶ ଗତକାଲି ଠାରୁ କାର୍ଯ୍ୟକାରୀ ହୋଇଛି।

Advertisment

ଯଦି କୌଣସି କର୍ମଚାରୀ କିଛି ସମସ୍ୟା ଯୋଗୁ ଟିକା ନେଇନଥିବେ ତେବେ ଏନେଇ ସେମାନେ ମୁଖ୍ୟାଳୟକୁ ଜଣାଇବେ। ତାଙ୍କୁ ଛାଡ୍ ଦିଆଯିବା ନେଇ ବିଚାର କରାଯିବ। ତେବେ ଟିକା ନେଇନଥିବା ଏବଂ ଏହାର କାରଣ ମୁଖ୍ୟାଳୟକୁ ଜଣାଇନଥିବା କର୍ମଚାରୀଙ୍କ ଛୁଟିକୁ ଇଚ୍ଛାଧୀନ ଛୁଟି ଭାବେ ଧରାଯିବ। ସେପଟେ ପ୍ରତି ଶନିବାର ରାଜ୍ୟ ସରକାରଙ୍କ ଅଧୀନ ସବୁ ଅଫିସ୍ ବନ୍ଦ ରହିବ।

ରାଜ୍ୟ ପାଇଁ ୯୫% ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ଆଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦାବି ରଖିଛନ୍ତି। ଓଡ଼ିଶାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍। ଘରୋଇ ହସ୍ପିଟାଲକୁ ୨୫% ଟିକା ଆବଣ୍ଟନ ଥିବାରୁ ଓଡ଼ିଶା କୋଟା କମୁଛି। ଘରୋଇ ହସ୍ପିଟାଲକୁ ୫% ଟିକା ଦେଇ ୯୫% ରାଜ୍ୟ ସରକାରଙ୍କୁ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ୩ୟ ୱେଭରେ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ୧୨ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ ବ୍ୟବସ୍ଥା କରାଯାଉ ବୋଲି ନବୀନ କହିଛନ୍ତି। 

Advertisment

ଅନ୍ୟପକ୍ଷେ, କରୋନା ରି-ଇନଫେକସନ ଓ ବ୍ରେକ୍ ଥ୍ରୁ ଇନଫେକସନକୁ ନେଇ ୧୦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ଭାରତରୁ ସଂଗୃହିତ ଅଧିକାଂଶ ନମୁନା ଆଲଫା ଭ୍ୟାରିଏଣ୍ଟ ଦ୍ୱାରା ହୋଇଥିବା ବେଳେ ଦେଶର ଅନ୍ୟାନ୍ୟ ଅ଼ଞ୍ଚଳରୁ ସଂଗୃହିତ ନମୁନା ଡେଲଟା କିମ୍ବା କାପା ଭ୍ୟାରିଏଣ୍ଟ ଦ୍ୱାରା ହୋଇଥିବା ଜଣାପଡିଛି। 

Advertisment

ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଗତକାଲିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହୋଇଛି। କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ।  

Odisha Govt Offices
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ