Advertisment

ହ୍ୱାଟସଆପର ଗ୍ରୁପ ଆଡମିନ ହୋଇଥିଲେ ସାବଧାନ, ଏମିତି କାମ କଲେ ଯିବେ ଜେଲ୍

ଆପଣ ହ୍ୱାଟସଆପ ଗ୍ରୁପର ଆଡମିନ କି। ଯଦି ହଁ, ତାହେଲେ ଜାଣିବା ଦରକାର ଏସବୁ ନିୟମ। ନଚେତ କୌଣସି ମୁହୁର୍ତ୍ତରେ ଆପଣ ଅସୁବିଧାରେ ପଡି ପାରନ୍ତି। ଆଉ ଏସବୁ କାମ କରିବା ଆଗରୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ।

Alert For WhatsApp Admin, Know Rules Of Content Sharing, Adding Participants

Alert For WhatsApp Admin, Know Rules Of Content Sharing, Adding Participants

Advertisment

ଆପଣ ହ୍ୱାଟସଆପ ଗ୍ରୁପର ଆଡମିନ କି। ଯଦି ହଁ, ତାହେଲେ ଜାଣିବା ଦରକାର ଏସବୁ ନିୟମ। ନଚେତ କୌଣସି ମୁହୁର୍ତ୍ତରେ ଆପଣ ଅସୁବିଧାରେ ପଡି ପାରନ୍ତି। ଆଉ ଏସବୁ କାମ କରିବା ଆଗରୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ। ଏବେ ଜାଣନ୍ତୁ କଣ କଲେ ଆପଣ ହଇରାଣ ହରକତ ହୋଇପାରନ୍ତି।

Advertisment

ହ୍ୱାଟସଆପରେ ଆପଣ ଯଦି କୌଣସି ଗ୍ରୁପର ଆଡମିନ୍ ଥାଆନ୍ତି, ତେବେ ଅଧିକ ସତର୍କ ହେବାକୁ ପଡିବ। ଗ୍ରୁପ ଆଡମିନ ଥିଲେ ଆପଣ କାହାକୁ ଆଡ୍ କରି ପାରିବେ କିମ୍ବା କାହାକୁ ହଟାଇ ପାରିବେ। ଏସବୁ ପରେ ବି ଗ୍ରୁପର ଆଡମିନଙ୍କ କାନ୍ଧରେ ଅନେକ ଗୁରୁ ଦାୟିତ୍ୱ ରହିଛି। ଯେମିତିକି ଗ୍ରୁପରେ କୌଣସି ବେଆଇନ୍ କାମ, ଫଟୋ ଏବଂ ପୋଷ୍ଟ ସେୟାର କରାଯାଏ, ତେବେ ଏଥିପାଇଁ ଆଡମିନ୍ ଦାୟୀ ରହିବେ। ଏଭଳି ସ୍ଥିତିରେ ଗ୍ରୁପ୍ ଆଡମିନ୍‌ ଜାଣି ରଖିବା ଦରକାର ଯେ, କିଭଳି କଣ୍ଟେଣ୍ଟ ତାଙ୍କ ଗ୍ରୁପରେ ସେୟାର କରାଯାଉଛି।

କୌଣସି ହ୍ୱାଟସଆପ ଗ୍ରୁପରେ ଦେଶ ବିରୋଧୀ କଣ୍ଟେଣ୍ଟ ସେୟାର ଯେଭଳି ନ ହୁଏ। ଯଦି କେହି କେବେ ଏଭଳି ସେୟାର କରେ, ତେବେ ଏଥିପାଇଁ ଗ୍ରୁପ ଆଡମିନଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ଉତ୍ତର ପ୍ରଦେଶରେ ଏମିତି ଜଣେ ବ୍ୟକ୍ତି ଯିଏ ଗ୍ରୁପ ଆଡମିନ ଥିଲେ ଏହି କାରଣରୁ ଗିରଫ ହୋଇଥିଲେ।

Advertisment

କ’ଣ ସବୁ ନିୟମ ରହିଛି ଜାଣନ୍ତୁ

  • ବିନା ଅନୁମତିରେ କାହାର ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ହ୍ୱାଟସଆପ ଗ୍ରୁପରେ ସେୟାର କରନ୍ତୁ ନାହିଁ। ଏହା ଅପରାଧ ପରିସରରେ ଆସିଥାଏ। ଏନେଇ ଆଡମିନ୍ ହୁଅନ୍ତୁ ଅବା ମେମ୍ବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।
  • ହ୍ୱାଟସଆପ ଗ୍ରୁପରେ ଅଶ୍ଲୀଳ କଣ୍ଟେଣ୍ଟ ସେୟାର କରିବା ଧତ୍ତବ୍ୟ ଅପରାଧ ଅଟେ। ଚାଇଲ୍ଡ ପନୋଗ୍ରାଫି, ଦେହ ବେପାର ସମ୍ପର୍କିତ ମେସେଜ୍ କେହି ଯଦି ଗ୍ରୁପରେ ସେୟାର କରେ, ତେବେ ତାହାର ଦଣ୍ଡ ଆଡମିନଙ୍କୁ ଭୋଗିବାକୁ ହୋଇଥାଏ। ଏପରି ଅପରାଧ କଲେ ଜେଲ ଦଣ୍ଡ ମିଳିବାର ନିୟମ ରହିଛି।
  • ହ୍ୱାଟସଆପ ଗ୍ରୁପର ଆଡମିନ୍ ଯଦି କୌଣସି ଧର୍ମର ଅପମାନ କରୁଥିବା ଭିଡିଓ କିମ୍ବା ପୋଷ୍ଟ ସେୟାର କରନ୍ତି ତେବେ ଏହି ମାମଲାରେ ତାଙ୍କୁ ପୋଲିସ ଗିରଫ କରିପାରିବ।
  • ହ୍ୱାଟସଆପ ରେ କେହି କିଛି ବି ଲେଖିକି ପୋଷ୍ଟ କରିଦେଲେ ଓ ତାକୁ ସର୍କୁଲେଟ୍ କରି ଦିଆଯାଇଥାଏ। ଏହାକୁ ନେଇ ଏକ ଆଇନ୍ ମଧ୍ୟ ତିଆରି ହୋଇଛି। ଏହା ଅନୁସାରେ, ଫେକ୍ ନ୍ୟୁଜ ଚଳାଉଥିବା ଲୋକଙ୍କ ବିରୋଧରେ ଯଦି କୌଣସି ଅଭିଯୋଗ ଆସେ ତେବେ ଆାକଉଣ୍ଟ ବନ୍ଦ କରି ଦିଆ ଯାଇଥାଏ।

ଏସବୁ ନିୟମ ବାଦ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଆମ ଦେଶ ଭାରତରେ ଅନେକ ନିୟମ ରହିଛି। ଯାହାକୁ ନ ମାନିଲେ ଜେଲ ଓ ଜରିମାନା ଦଣ୍ଡ ମିଳିପାରେ। ତେବେ କରୋନା ପରଠୁ ଆମ ଦେଶରେ ହ୍ୱାଟସଆପ ବ୍ୟବହାର ଦୃତ ଗତିରେ ବଢି ଚାଲିଛି। ଅନଲାଇନ୍ କ୍ଲାସ ଓ ଅଫିସ କାମ ପାଇଁ ଅନେକ ଲୋକ ହ୍ୱାଟସଆପ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।

Advertisment
WhatsApp Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ