Advertisment

ପୁଣି ଜଳିଲା ଭୁବନେଶ୍ୱର କେଶରୀ ମଲ୍‌

ଭୁବନେଶ୍ୱର କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Again Fire breaks Out At Keshari Mall In Bhubaneswar

Again Fire breaks Out At Keshari Mall In Bhubaneswar

Advertisment

ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ମଲ୍‌ରେ ନିଆଁ ଲାଗିବା ପରେ ଲୋକମାନଙ୍କ ପାଇଁ ମଲ୍‌ ବନ୍ଦ ରଖା ଯାଇଛି। 

Advertisment

ଅଗ୍ନିକାଣ୍ଡ ଯୋଗୁ ପୁରା ମଲ୍‌ ଧୂଆଁମୟ ହୋଇଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଘଟଣାସ୍ଥଳରେ ଭୁବନେଶ୍ୱର ମେୟର ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଜଣାପଡ଼ିଥିଲା। ମଲ୍‌ର ୬ରୁ ୭ଟି ଶୋ’ ରୁମ୍‌ରେ ନିଆଁ ଲାଗିଥିଲା। ସେହି ସମୟରେ ମଲ୍‌ ବନ୍ଦ ହେବା ପରେ ହିଁ ନିଆଁ ଲାଗିଥିଲା। 

Fire Mishap Bhubaneswar Keshari Mall Fire In Keshari Mall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ