Advertisment

"ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିଲେ କେନ୍ଦ୍ରରୁ ଆସିବ ଅଧିକ ଅନୁଦାନ"

ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଟଙ୍କାର ସଠିକ୍ ଭାବେ ବିନିଯୋଗ ହୋଇପାରିଲେ ଅଧିକ ଅନୁଦାନ ଆସିବ ଏବଂ ଅର୍ଥର ଅଭାବ ଆସିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Ashwini Vaishnaw

Ashwini Vaishnaw

Advertisment

କେନ୍ଦ୍ର ବଜେଟରେ ରାଜ୍ୟକୁ ଅଧିକ ଅନୁଦାନ ମିଳିଛି। ଚାଷୀ, ଗରିବକୁ ଘର, ଜଳ ଯୋଗାଣ, ରୋଜଗାର, ପ୍ରତି କ୍ଷେତ୍ରରେ ବଜେଟ୍‌ରେ ଅଧିକ ଅନୁଦାନ ଦିଆଯାଇଛି । ତେବେ ରେଳ କ୍ଷେତ୍ରରେ ଯୁପିଏ ଠାରୁ ୧୦ ଗୁଣା ଅଧିକ ଅନୁଦାନ ଦିଆଯାଇଛି। ଆଜି ଭୁବନେଶ୍ୱର ଆୟୋଜିକ ଏକ ସମ୍ବାଦିକ ସମ୍ମଳନୀରେଏହି ସୂଚନା ଦେଇଛନ୍ତି ରେଳ, ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୟୁପିଏ ସରକାର ସମୟରେ ୮ଶହ କୋଟି ଟଙ୍କା ରେଳ ଅନୁଦାନ ମିଳିଥିବାବେଳେ ଏଥର ବଜେଟରେ ଓଡିଶାକୁ ମିଳଛି ୯ ହଜାର ୭୩୪ କୋଟି ଟଙ୍କା।

Advertisment

ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଟଙ୍କାର ସଠିକ୍ ଭାବେ ବିନିଯୋଗ ହୋଇପାରିଲେ ଅଧିକ ଅନୁଦାନ ଆସିବ ଏବଂ ଅର୍ଥର ଅଭାବ ଆସିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଟେଲିକମ୍ ନେଟ୍ଓ୍ୱାର୍କ ଲାଗି ଓଡିଶାରେ ୪୦୦୦ ସାଇଟ୍ ନିର୍ମାଣ ହେବ। ଏଥିପାଇଁ ୩୨୦୦ କୋଟି ଖର୍ଚ୍ଚ ହେବ । ଏହାଦ୍ୱାର ୬ ହଜାର ଗାଁକୁ ନେଟଓ୍ୱାର୍କ ଯୋଡାଯାଇପାରିବ ବୋଲି ସେ କହିଛନ୍ତି।

ସେପଟେ ବିଏସ୍ଏନ୍ଏଲ୍ ପୁନଃଉଦ୍ଧାର ଲାଗି ୪୫ ହଜାର କୋଟିର ବ୍ୟବସ୍ଥା କରାଯାଇଛି। ତେବେ ଖୁବଶୀଘ୍ର 5-G ନେଟଓ୍ୱାର୍କ ଆରମ୍ଭ ହେବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ସାଢେ ୭ଲକ୍ଷ କ୍ୟାପିଟାଲ୍ ଇନଭେଷ୍ଟ ଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ମିଳିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ତେବେ ଚାଷୀଙ୍କ ଲାଗି ଏମ୍ଏସପି ଡିବିଟି ମାଧ୍ୟମରେ ଦିଆଯାଉଛି। ଅନ୍ୟପଟେ ଖଣିଜ ସଂସ୍କାର ଦ୍ୱାରା ରାଜ୍ୟ ପ୍ରତ୍ୟେକ ଜିଲ୍ଲାରେ ୩ହଜାର କୋଟି ମିଳୁଛି। ସମୁଦାୟ ଭାବେ ରାଜ୍ୟ ୩୦ ହଜାର କୋଟି ପାଇଛି । ତେବେ ଇଗୋ ନରଖି , ରଜାନୀତି ନକରି, ରେଳ ପ୍ରକଳ୍ପ ଲାଗି କାମ କଲେ ବିକାଶ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ।

Advertisment
Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ