Advertisment

କୋଟିଆ ପରେ ଓଡ଼ିଶାର ଆହୁରି ଭିତରକୁ ପ୍ରବେଶ କରିବା ପାଇଁ ଆନ୍ଧ୍ରର ପ୍ଲାନ୍‌

୧୩ କିଲୋମିଟର ଓଡ଼ିଶା ଭିତର ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ର ଯୋଜନା କରୁଥିବା ଜଣାପଡ଼ିଛି।  ଓଡ଼ିଶାର ଲୋକଙ୍କୁ ପ୍ରଭାବିତ କରିବାକୁ ଘର ନିର୍ମାଣ କରୁଛି ଆନ୍ଧ୍ର।

ଅଦ୍ୟତନ ହୋଇଛି
After Kotia Andhra Plans To Further Intrude Into Odisha Territory

After Kotia Andhra Plans To Further Intrude Into Odisha Territory

Advertisment

କୋଟିଆ ପରେ ଏବେ ଓଡ଼ିଶାର ଆହୁରି ଭିତରକୁ ପ୍ରବେଶ କରିବା ପାଇଁ ଆନ୍ଧ୍ର ପ୍ଲାନ୍‌ ଚଳାଇଛି। ପ୍ରାୟ ୧୩ କିଲୋମିଟର ଓଡ଼ିଶା ଭିତର ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ର ଯୋଜନା କରୁଥିବା ଜଣାପଡ଼ିଛି। ପଟାଙ୍ଗି ବ୍ଲକର ତଲଗୋଲୁର ପଞ୍ଚାୟତର ବାଙ୍ଗାରୁଗୁଡ଼ି ଗାଁରେ ଆନ୍ଧ୍ର ରାସନ୍, ବିଦ୍ୟୁତ୍‌, ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରୁଛି। 

Advertisment

ଖାଲି ସେତିକି ନୁହେଁ, ବାଙ୍ଗାରୁଗୁଡ଼ି ଗାଁରେ ଆବାସ ଯୋଜନାରେ ଘର ବି ଦେବା ପାଇଁ ଚାଲିଛି ନିର୍ମାଣ। ଓଡ଼ିଶାର ଲୋକଙ୍କୁ ପ୍ରଭାବିତ କରିବାକୁ ଏହି ଘର ସବୁ ନିର୍ମାଣ କରାଯାଉଛି। ଏଠି ରହୁଥିବା ଲୋକଙ୍କ ପାଖରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାର ପରିଚୟପତ୍ର ରହିଛି।ଭୋଟର କାର୍ଡ ଦୁଇଟି, ରାସନ୍ କାର୍ଡ ବି ଦୁଇଟି। ହେଲେ କେବଳ ଆନ୍ଧ୍ର ପଟରୁ ଏମାନଙ୍କୁ ବିଦ୍ୟୁତ୍‌ ସେବା ମିଳୁଛି।

ଏନେଇ ଓଡ଼ିଶା ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କୁ ବହୁବାର ଅବଗତ କରିବା ସତ୍ତ୍ୱେ କେହି ବି ଅଧିକାରୀଙ୍କ ପାଦ ଏଠି ପଡ଼ିନଥିବା ଲୋକମାନେ ଅଭିଯୋଗ କରିଛନ୍ତି।

Advertisment
Andhra Pradesh Kotia Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ