After Koraput girl’s Independence Day speech, Dasamantapur block admin reaches out ignored village
ଅଭିନୟ ମାଧ୍ୟମରେ କୋରାପୁଟର କୁନି ଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ଦଶମନ୍ତପୁର ବ୍ଲକ୍ ପ୍ରଶାସନ ପହଞ୍ଚିଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଦଶମନ୍ତପୁର ବିଡିଓ, ସହକାରୀ ଯନ୍ତ୍ରୀ, ଜଳ ପରିମଳ ମିଶନ ବିଭାଗର କନିଷ୍ଠ ଯନ୍ତ୍ରୀ, ଶିକ୍ଷା ବିଭାଗ, ପ୍ରାଣୀ ବିଭାଗ କର୍ମଚାରୀ, ଯୋଗାଣ ସହାୟକ ପ୍ରମୁଖ ଗାଁରେ ପହଞ୍ଚି ପଦୁଗୁଡ଼ାର ସ୍ଥିତି ପରଖିଛନ୍ତି। ଏହାସହ ଗାଁର ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।
କୁନି ଝିଅ ସୋନାଲି ଯେଉଁ ସବୁ ଅସୁବିଧା କଥା ବଖାଣିଥିଲା ସେହି ଅନୁସାରେ ଗାଁର ମୌଳିକ ସମସ୍ୟାର ସମାଧାନ କିପରି କରାଯିବ, ତାହା ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ଗ୍ରାମବାସୀଙ୍କୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି। ପଦୁଗୁଡ଼ା ଗାଁ ଲୋକେ ଅଞ୍ଚଳର ସମସ୍ୟା ନେଇ ବାରମ୍ବାର ଜଣାଇଥିଲେ ବି ପ୍ରଶାସନ ଶୁଣୁନଥିଲା।
ସ୍ୱାଧୀନତା ଦିବସରେ କୁନି ଝିଅ ସୋନାଲିର ଅଭିନୟ ମାଧ୍ୟମରେ ଗୁହାରି ପ୍ରାଶାସନର ନିଦ ଭାଙ୍ଗିଦେଇଛି। ଯଦି ଗାଁ ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692510782.jpg)