Advertisment

କରୋନା କରିଦେଲା ଭୋକିଲା, ପ୍ରତି ଘଣ୍ଟାରେ ଖାଉଛନ୍ତି ମଡେଲ୍

ଓମିକ୍ରନର ଅଦ୍ଭୁତ ଲକ୍ଷଣ। ପ୍ରଭାବିତ ହେବା ପରେ ବଢିଯାଉଛି ଭୋକ। ଜଣେ ମଡେଲ୍ ଏଥିରେ ପ୍ରଭାବିତ ହେବା ପରେ ଆଉ ସମ୍ଭାଳି ପାରୁ ନାହାନ୍ତି ଭୋକ। ଘଣ୍ଟାକୁ ଘଣ୍ଟା ଖାଲି ଖାଉଛନ୍ତି।

ଅଦ୍ୟତନ ହୋଇଛି
After infected with omicron, can not control her hunger

After infected with omicron, can not control her hunger

Advertisment

କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ଲକ୍ଷଣକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଦାବି କରାଯାଉଛି। ଏବେ ଜଣେ ଅଷ୍ଟ୍ରେଲୀୟ ମଡେଲ ଓମିକ୍ରନ୍ ସଂକ୍ରମିତ ହେବା ପରେ ଏହାର ଅଦ୍ଭୁତ ଲକ୍ଷଣ ବିଷୟରେ କହିଛନ୍ତି। ଭାଇରସ୍ ସଂକ୍ରମିତ ହୋଇଥିବାରୁ ସେ ନିଜର ଭୋକକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇ ପାରୁ ନାହାନ୍ତି ବୋଲି ସେ କହିଛନ୍ତି।

Advertisment

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ବାସିନ୍ଦା ଆଲେକ୍ସଜାଣ୍ଡାର୍ ଡଫିନ୍ କହିଛନ୍ତି ଯେ ଯେବେଠାରୁ ସେ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି, ସେ ସବୁବେଳେ କିଛି ନା କିଛି ଖାଇବା ପାଇଁ ମନ ବଳଉଛନ୍ତି। ରିପୋର୍ଟ ଅନୁଯାୟୀ ସେ ଦ୍ୱିତୀୟ ଥର ପାଇଁ କୋଭିଡ୍‌ର ଶିକାର ହୋଇଛନ୍ତି।

ଅଷ୍ଟ୍ରେଲୀୟ ମଡେଲ ଆଲେକ୍ସଜାଣ୍ଡାର୍ ଡଫିନ୍ କୁହନ୍ତି ଯେ ସେ ଓମିକ୍ରନ୍‌ରେ ପ୍ରଭାବିତ ହେବା ପରେ ସେ ନିଜ ଭୋକକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇପଡିଛନ୍ତି। ଏହା ପୂର୍ବରୁ ସେ ଡେଲ୍ଟା ଭାରିଆଣ୍ଟର ମଧ୍ୟ ଶିକାର ହୋଇଥିଲେ। ସେତେବେଳେ ସେ ଠିକରେ ଖାଇ ବି ପାରୁ ନଥିଲେ। ଫଳରେ ତାଙ୍କର ଓଜନ ବହୁତ କମି ଯାଇଥିଲା। ତେବେ, ଏଥର ଜାନୁଆରୀରେ ଓମିକ୍ରନ୍‌ର ଶିକାର ହେବା ପରେ ସବୁ କିଛି ଓଲଟି ଯାଇଛି।

Advertisment

ସେ ଚାହିଁଲେ ମଧ୍ୟ ଖାଦ୍ୟ ଏବଂ ପାନୀୟକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି ଏବଂ ତାଙ୍କର ଓଜନ ମଧ୍ୟ ବଢିଚାଲିଛି। ଟିକ୍‌ଟକ୍‌ରେ ୭୩ ହଜାରରୁ ଅଧିକ ଅନୁସରଣକାରୀ ଥିବା ଡଫିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ପ୍ରଶଂସକଙ୍କ ସହ ଏହି ସୂଚନା ଶେୟାର କରିଛନ୍ତି। ଏହି ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନ୍‌ର ଅଦ୍ଭୁତ ଲକ୍ଷଣ ବୋଲି ଜଣାପଡିଛି।

ଆଲେକ୍ସଜାଣ୍ଡାର୍ ଡଫିନ୍‌ଙ୍କ ଅନୁଯାୟୀ, ସେ ଜାନୁଆରୀ ୩ ଟିକା ନେଇଥିଲେ। ଏହା ପରେ ସେ ଓମିକ୍ରନ୍‌ର ଶିକାର ହୋଇଥିଲେ। ତାଙ୍କ କହିବା କଥା, ସେ ପ୍ରତି ୫ ମିନିଟ୍‌ରେ କିଛି ନା କିଛି ଖାଇବାକୁ ଚାହୁଁଛନ୍ତି। ସେ ମିଠା, ଆଇସ୍‌କ୍ରିମ୍‌, ପାନ୍‌କେକ୍ସ ଏବଂ ପପ୍‌କର୍ଣ୍ଣ ଖାଉଥିବା କୁହନ୍ତି।

Advertisment

ପୂର୍ବ ଭାରିଆଣ୍ଟ ବେଳେ ତାଙ୍କୁ ଖାଇବା ନେଇ କଷ୍ଟ ହେଉଥିବା ବେଳେ ଏବେ ପ୍ରତି ଘଣ୍ଟାରେ ସେ କିଛି ନା କିଛି ଖାଉଛନ୍ତି। ଆଲେକ୍ସଜାଣ୍ଡାର୍ ଡଫିନ୍‌ଙ୍କ ପୋଷ୍ଟ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। କିଛି ଲୋକ କହିଛନ୍ତି ଯେ ସେମାନେ ମଧ୍ୟ ଓମିକ୍ରନ୍ ସଂକ୍ରମଣ ସମୟରେ ସମାନ ଲକ୍ଷଣର ସମ୍ମୁଖୀନ ହେଉଛନ୍ତି।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ