Advertisment

୨୩ ଘଣ୍ଟା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଲା ଭିଜିଲାନ୍ସ ଟିମ୍‌

ପ୍ରାୟ ୨୩ ଘଣ୍ଟାର ଛାନ୍‌ଭିନ୍‌ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍‌। ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍।

ଅଦ୍ୟତନ ହୋଇଛି
Vigilance Raid In MLA Pradeep Panigrahi Hosue

Vigilance Raid In MLA Pradeep Panigrahi Hosue

Advertisment

ଭୁବନେଶ୍ୱର: ପ୍ରାୟ ୨୩ ଘଣ୍ଟାର ଛାନ୍‌ଭିନ୍‌ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍‌। ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍। ତେବେ ରେଡ୍‌ ବେଳେ କିଛି ଟଙ୍କା ସହ ଅଧିକ ପରିମାଣର ସୁନା ଗହଣା ମିଳିଥିବା ସୂଚନା ମିଳିଛି।

Advertisment

ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ବିଧାୟକଙ୍କ ସହଯୋଗୀ, ଡ୍ରାଇଭର ଏବଂ ସମ୍ପର୍କୀୟ ଘରକୁ ମିଶାଇ ୧୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍‌। ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ କରିଥିଲା ଭିଜିଲାନ୍ସ। ଏହି ମାମଲାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ।

Advertisment

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଗତବର୍ଷ ଡିସେମ୍ବରରେ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିଥିଲେ ରାଜ୍ୟ ସରକାର। ୨୦୦୯ରୁ ୨୦୨୦ ମଧ୍ୟରେ ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଥିଲା। ଏହାପରେ ଗତକାଲି ଏକ ବଡ଼ଧରଣର ରେଡ୍ ହୋଇଥିଲା। 

Vigilance Raid MLA Pradeep Panigrahi DA Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ