After 13 Years 89 Year Old Woman Get Pension Money
ହାଇକୋର୍ଟଙ୍କ ରାୟ ପରେ ଶେଷରେ ୮୯ ବର୍ଷୀୟ ବୃଦ୍ଧା ଲଳିତା ମହାନ୍ତିଙ୍କୁ ଏକାବେଳକେ ୨୬ ବର୍ଷର ବକେୟା ପେନ୍ସନ୍ ଟଙ୍କା ମିଳିଛି। କର୍ତ୍ତୃପକ୍ଷଙ୍କ ବିରୋଧରେ ୧୧ ବର୍ଷ ପୂର୍ବେ ଦାଏର ହୋଇଥିବା ମାମଲାରେ ରାୟ ଆସିବା ପରେ ଲଳିତାଙ୍କୁ ତାଙ୍କ ପେନସନ୍ ବାବଦରେ ସମସ୍ତ ଅର୍ଥ ରାଜ୍ୟ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି।
ପରିବହନ ବିଭାଗର ଅନୁସଚିବ ଓ OSRTCର ବରିଷ୍ଠ ଅଧିକାରୀ ବୃଦ୍ଧାଙ୍କ ଘରେ ପହଞ୍ଚି ପେନ୍ସନ୍ ବାବଦକୁ ଥିବା ସମସ୍ତ ୧୬ ଲକ୍ଷ ୧ ହଜାର ୮୪୬ ଟଙ୍କା ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଅଡର ବଜାର ବାଲିବିଲ ଗାଁରେ ରହୁଥିବା ଲଳିତା ମହାନ୍ତିଙ୍କ ସ୍ୱାମୀ ଭୀମସେନ ମହାନ୍ତି OSRTCରେ ଟ୍ରାଫିକ ଇନ୍ସପେକ୍ଟର ଭାବେ କାମ କରୁଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରଠୁ ତାଙ୍କ ପତ୍ନୀ ଲଳିତା ପେନସନ୍ ପାଇବା କଥା କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା କରି ପେନ୍ସନ୍ ପ୍ରଦାନ ନକରିବାରୁ ୨୦୦୯ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଲଳିତା।
ଦୀର୍ଘ ୧୩ ବର୍ଷ ପରେ ମାମଲାର ଚୂଡ଼ାନ୍ତ ଶୁଣାଣି କରି ଲଳିତାଙ୍କୁ ପେନ୍ସନ୍ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ସେପ୍ଟେମ୍ବର ୧୨ରେ OSRTCର ସିଏମ୍ଡି ବ୍ୟକ୍ତିଗତ ଭାବେ ଲଳିତାଙ୍କୁ ୧୬ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଛନ୍ତି।
(ରିପୋର୍ଟ-ରଶ୍ମି ରଞ୍ଜନ ଦାସ, ବାଲେଶ୍ୱର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1663903891.jpg)