Advertisment

ଭୋଟ୍ ବେଳକୁ ଯୁବକ ଲୋଡ଼ା, ଚାକିରି ବେଳକୁ ବୟସ୍କ : ଅବସରପ୍ରାପ୍ତଙ୍କ ନିଯୁକ୍ତି ପାଇଁ ବିଜ୍ଞାପନକୁ ନେଇ ବିବାଦ

ସରକାରୀ ବିଭାଗ ଓ ସରକାରୀ ସଂସ୍ଥାଙ୍କ ସତେ ଯେମିତି ଏବେ ପ୍ରଥମ ପସନ୍ଦ ଅବସରପ୍ରାପ୍ତ ଚାକିରିଆ । ଖାସ୍ ସେଇଥିଲାଗି ଆଜି ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ଖବରକାଗଜରେ ବାହାରିଛି ପୁଳାପୁଳା ବିଜ୍ଞାପନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଯୁବଗୋଷ୍ଠୀନାପସନ୍ଦ କରିଥିବା ବେଳେ ଏହାର ପୁନର୍ବିଚାର କରିବାକୁ ଦାବି କରିଛି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମହାସଂଘ । ଏପଟେ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଉତ୍ତର, କାହିଁକି ଏଭଳି ପଦକ୍ଷେପ ନିଆଯାଇଛି, ତାହାର ଅନୁଧ୍ୟାନ କରୁଛୁ ।…

 retired employe

retired employe

Advertisment

ଭୋଟ୍ ବେଳକୁ ଯୁବକ, ଚାକିରି ବେଳକୁ ବୟସ୍କ ବଢ଼ୁଛି ବେରୋଜଗାରୀ, ଅବସରପ୍ରାପ୍ତ ପାଲଟୁଛନ୍ତି ଦରକାରୀ! ରାଜ୍ୟ ସରକାରଙ୍କର ନୂଆ ଫଣ୍ଡା, ଯୁବକ ନୁହେଁ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଅ ପୁନଃନିଯୁକ୍ତି । ସରକାରଙ୍କ ଏ ଅଜବ ନୀତିକୁ ପୁଷ୍ଟି କରୁଛି ଆଜି ବିଭିନ୍ନ ଖବରକାଗଜରେ
ପ୍ରକାଶ ପାଇଥିବା ବିଜ୍ଞାପନ । କ୍ରୀଡ଼ା ବିଭାଗ ସମେତ ୪ ସରକାରୀ ସଂସ୍ଥା ଅବସରପ୍ରାପ୍ତ ଚାକିରିଆଙ୍କ ପୁନଃନିଯୁକ୍ତି ଲାଗି ଦେଇଛନ୍ତି ବିଜ୍ଞାପନ।

Advertisment

ଓରେରା ଏନଫୋର୍ସମେଣ୍ଟ ଡେପୁଟି ସେକ୍ରେଟାରୀ ଓ ଏନଫୋର୍ସମେଣ୍ଟ OSD ପଦବି ପାଇଁ ରାଜ୍ୟ ସରକାର କିମ୍ବା ସାମ୍ବିଧାନିକ ସଂସ୍ଥାରୁ ଅବସର ନେଇଥିବା କର୍ମଚାରୀଙ୍କଠାରୁ ଆବଦେନ ଆହ୍ୱାନ କରିଛି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଆବେଦନ, ପରୀକ୍ଷା ପରିଚାଳନା ଓ ଫଳାଫଳ
ପ୍ରକାଶ ଆଦି ବିଭିନ୍ନ ପ୍ରକାର ନିଯୁକ୍ତି ପ୍ରକ୍ରିୟା ଲାଗି କନସଲ୍ଟାଣ୍ଟ ନିଯୁକ୍ତି ପାଇଁ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କଠାରୁ ଆବେଦନ ମାଗିଛି ।

ସେହିଭଳି ବୌଦ୍ଧ ଜିଲ୍ଲା ଅଡିଟ୍ ଅଫିସ ଲୋକାଲ୍ ଫଣ୍ଡ ଅଡିଟ୍ ର ଓଏସଡି ପଦବି ପାଇଁ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କଠାରୁ ଆବେଦନ ଆହ୍ୱାନ କରିଛି । ଖାଲି ସେତିକି ନୁହେଁ ଯୁବଗୋଷ୍ଠୀଙ୍କ ବିକାଶ ଲାଗି କାମ କରୁଥିବା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ ମଧ୍ୟ ସମସ୍ତ ଜିଲ୍ଲା ଓ କ୍ରୀଡ଼ା ହଷ୍ଟେଲରେ ଓଏସଡି ପଦବୀ ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞାପନ ପ୍ରକାଶ କରିଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚାକିରି ଆଶାୟୀ ତଥା ଠିକା କର୍ମଚାରୀଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷର ନିଆଁ । ସରକାର ତୁରନ୍ତ ଏ ଯୁବ ମାରଣ ନୀତି ବନ୍ଦ କରନ୍ତୁ ବୋଲି ଦାବି ଉଠିଲାଣି।

Advertisment

ଏବେ ପ୍ରଶ୍ନ ଉଠୁଛି, କାହିଁକି ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କୁ ଏତେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ? ରାଜ୍ୟରେ ସୃଷ୍ଟି ହେଉନାହାନ୍ତି କି ପର୍ଯ୍ୟାପ୍ତ ଦକ୍ଷ ମାନବ ସମ୍ବଳ ? ନା ଅନୁଗତ ଅଧିକାରୀଙ୍କୁ ମିଳୁଛି ଅବସରକାଳୀନ ପ୍ରୋତ୍ସାହନ? ଏନେଇ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଉତ୍ତର ସ୍ପଷ୍ଟ ନ ଥିଲେ ମଧ୍ୟ ଏ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।

ରାଜ୍ୟ ସରକାର ପୂର୍ବରୁ ଅନେକ ଅବସରପ୍ରାପ୍ତ ଆଇଏଏସ୍, ଆଇପିଏସମାନଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରିଛନ୍ତି। ଆଉ ଆଜିର ବିଜ୍ଞାପନ ସେଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି।...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ