Advertisment

ବଡ଼ ଘୋଷଣା: ଆଉ ୬ ମାସ ମାଗଣା ଚାଉଳ ଦେବେ ଓଡ଼ିଶା ସରକାର

ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆହୁରି ୬ ମାସ ଯାଏ ମାଗଣା ଚାଉଳ ମିଳିବା ନେଇ ଘୋଷଣା ହୋଇଛି।

ଅଦ୍ୟତନ ହୋଇଛି
Additional free of cost rice distribution to beneficiaries extended

Additional free of cost rice distribution to beneficiaries extended

Advertisment

ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆହୁରି ୬ ମାସ ଯାଏ ମାଗଣା ଚାଉଳ ମିଳିବା ନେଇ ଘୋଷଣା ହୋଇଛି। ସେପ୍ଟେମ୍ୱର ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ ମିଳିବ। ଏହାଦ୍ୱାରା ରାଜ୍ୟର ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ ହେବେ।

Advertisment

ଏପ୍ରିଲରୁ ସେପ୍ଟେମ୍ବର ଏହି ଅବଧି ମଧ୍ୟରେ ହିତାଧିକାରୀଙ୍କୁ ୨୪ ହଜାର ୨ଶହ ୭୦ ଟନ୍ ଚାଉଳ ବଣ୍ଟନ କରାଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ୯୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ପୂର୍ବରୁ ଏହି ଯୋଜନାକୁ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ଯାଏ ବଢା ଯାଇଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଏହି ସୁବିଧାର ଲାଭ ଉଠାଇପାରିବେ। 

ଗତ ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ । 

Advertisment
Odisha Government State Food Security Scheme Additional Rice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ