Advertisment

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ଘଟଣା: ରଶ୍ମି ଆତ୍ମହତ୍ୟା କରିଥିବା କହିଲେ ଭୁବନେଶ୍ୱର ଡିସିପି

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢ଼ିଛି ସସ୍‌ପେନ୍ସ । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବାର କହିଲେ ଭୁବନେଶ୍ୱର ଡିସିପି ।

ଅଦ୍ୟତନ ହୋଇଛି
Actress Rashmirekha death - Bhubaneswar DCP Prateek Singh addresses press meet

Actress Rashmirekha death - Bhubaneswar DCP Prateek Singh addresses press meet

Advertisment

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ଏହା କ୍ଲିୟର କଟ୍ ଭାବେ ଜଣାପଡୁଥିବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Advertisment

ଏହାସହ ଡିସିପି କହିଛନ୍ତି ଯେ, ଘଟଣାସ୍ଥଳକୁ ପୋଲିସର ଏକ ଟିମ୍ ତଦନ୍ତ ଯାଇ କରିଛି । ସେଠାରୁ ଏକ ହାତଲେଖା ଓ ଲାପ୍‌ଟପ୍ ମିଳିଛି । ରଶ୍ମିରେଖା ଡିପ୍ରେସନରେ ଥିବା ପରି ଜଣାପଡୁଛି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଯାହା କିଛି ଜଣାପଡ଼ିବ ତଥାପି ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଡିସିପି । ମୃତଦେହରେ କିଛି ଇନ୍‌ଜୁରି ନାହିଁ କି ନିଜ ହାତ ଲେଖାରେ କାହାକୁ ରଶ୍ମି ଦାୟୀ କରିନଥିବା କହିଛନ୍ତି ପ୍ରତୀକ ସିଂହ ।

ସେପଟେ ରଶ୍ମିଙ୍କ ମୃତ୍ୟୁ ପାଇଁ ସନ୍ତୋଷ ପାତ୍ର ନାମକ ଜଣେ ବ୍ୟକ୍ତିକୁ ଦାୟୀ କରିଛନ୍ତି ରଶ୍ମିଙ୍କ ବାପା ରଂଜନ ଓଝା । ସନ୍ତୋଷକୁ ମର୍ଡରର୍ ଭାବେ ଗ୍ରହଣ କରି ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ଘର ମାଲିକର କହିବା ଅନୁସାରେ ରଶ୍ମି ଜଣେ ଯୁବକ ସହିତ ରହୁଥିଲା । ଉଭୟେ ବିବାହ କରିଥିଲେ। କିନ୍ତୁ ଏ ଖବର ଆମ ପାଖରେ ନ ଥିଲା । ଏହାସହ ରଶ୍ମିଙ୍କ ମାଆ ମଧ୍ୟ ଅଭିଯୋଗ କରିଛନ୍ତି । ଝିଅ ଆତ୍ମହତ୍ୟା କରିନାହିଁ । ସନ୍ତୋଷ ହିଁ ରଶ୍ମିକୁ ହତ୍ୟା କରିଥିବା କହିଛନ୍ତି ରଶ୍ମିଙ୍କ ମାଆ ।

Advertisment

ସୂଚନା ଅନୁସାରେ, ଆଜି ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଥିଲା। ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିଥିଲା । ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଭିତରପଟୁ ବନ୍ଦ ଥିବା ରୁମ୍ ଖୋଲି ରଶ୍ମିରେଖାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାସହ ଘର ଭିତରୁ ପୋଲିସ୍‌ ସୁଇସାଇଡ୍ ନୋଟ୍ ଜବତ କରିଛି। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ରଶ୍ମିରେଖା କାହାକୁ ଦାୟୀ କରି ନଥିବା ପୋଲିସ୍ ସୂଚନା ଦେଇଛି। ପୋଷ୍ଟମର୍ଟମ୍ ପରେ ମୃତଦେହକୁ ପୋଲିସ୍ ତାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିଛି । ତେବେ ଘଟଣାକୁ ନେଇ ପରିବାର ପକ୍ଷରୁ ନୟାପଲ୍ଲୀ ଥାନାରେ ଏ ନେଇ ଏତଲା ଦିଆଯାଇଛି ।

Odia Actress Actress Rashmirekha Death Odia TV Actress Rashmirekha Ojha Actress Rashmi Rekha Ojha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ