ପିଆଜ କଳାବଜାରୀ କରୁଥିଲେ ସାବଧାନ ! କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ...

ପିଆଜ କଳାବଜାରୀ କରୁଥିଲେ ସାବଧାନ ! ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପିଆଜ କଳାବଜାରୀ କରୁଥିଲେ ସାବଧାନ !

ପିଆଜ କଳାବଜାରୀ କରୁଥିଲେ ସାବଧାନ ! ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନକୁ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି । ପିଆଜ ଦର ଆକାଶ ଛୁଆଁ ପରେ ଚେତିଛନ୍ତି ରାଜ୍ୟ ସରକାର । ପିଆଜ ଦର ଏବେ କିଲୋ ପ୍ରତି ୬୦ ପାର୍‌ କରିଛି ।

ଏବେ ଚାଷ ସମୟ ଚାଲିଛି । ଅମଳ ହେବା ପାଇଁ ମଧ୍ୟ ସମୟ ପାଖେଇ ଆସିଲାଣି । ଏହି ଗ୍ୟାପ୍‌ ସମୟକୁ କେଉଁ ଭଳି ମ୍ୟାନେଜ କରି ଖାଉଟିଙ୍କୁ ସଠିକ୍ ଦରରେ ପିଆଜ ମିଳିବ ସେ ଦିଗରେ ବିଭାଗ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଛନ୍ତି । 

ସପ୍ତାହକ ପୂର୍ବେ ଯେଉଁ ପିଆଜ କିଲୋ ପିଛା ୩୦ ଟଙ୍କାରେ ମିଳୁଥିଲା ଏବେ ତାହା ୬୦ରୁ ୬୫ ଟଙ୍କା । ମାଛ, ମାଂସ ହେଉ କି ଗରିବର ପଖାଳ କଂସା । ରୋଷେଇ ଘରର ଅତି ଜରୁରୀ ଜିନିଷ ହେଇଛି ପିଆଜ । ହେଲେ ଦର ହଠାତ୍‌ ଅହେତୁକ ବଢିଯିବା ପରେ ଚିନ୍ତାରେ ଖାଉଟି ।