Advertisment

‘ଲଭ୍‌ ୟୁ ମାଇ ଲାଇଫ୍‌, ମାଇ ସନ୍‌’...ପୁଅର ଫଟୋ ଶେୟାର କରି ଏମିତି କହିଲେ ପ୍ରମୋଦିନୀ ରାଉଳ

ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ପ୍ରମୋଦିନୀ ନିଜେ ସୋସିଆଲ୍‌ ମିଡିଆରେ ପୁଅର ଫଟୋ ଶେୟାର କରିଛନ୍ତି।

ଅଦ୍ୟତନ ହୋଇଛି
Acid Survivor Pramodini Roul Gives Birth To Her First  Baby

Acid Survivor Pramodini Roul Gives Birth To Her First Baby

Advertisment

ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ପ୍ରମୋଦିନୀ ନିଜେ ସୋସିଆଲ୍‌ ମିଡିଆରେ ପୁଅର ଫଟୋ ଶେୟାର କରିବା ସହ ଏକ ସୁନ୍ଦର କ୍ୟାପସନ୍‌ ଲେଖିଛନ୍ତି। ସେ କହିଛନ୍ତି, ‘ ମୋ ପାଇଁ ଏବର୍ଷ ସବୁଠାରୁ ସୁନ୍ଦର ଉପହାର ହେଉଛ ତୁମେ। ଲଭ୍‌ ୟୁ ମାଇ ଲାଇଫ୍‌, ମାଇ ସନ୍‌’।

Advertisment

ପ୍ରମୋଦିନୀଙ୍କ ସ୍ୱାମୀ ସରୋଜ ମଧ୍ୟ ନିଜ ପତ୍ନୀ ଓ ପୁଅଙ୍କ ସହ ଫଟୋ ଶେୟାର କରି ଲେଖିଛନ୍ତି, ‘ମା ହେଉଛି ପୁଅର ପ୍ରଥମ ଭଗବାନ। ସମସ୍ତଙ୍କୁ କିପରି ସ୍ନେହ କରାଯିବ ତାହା ମା’ ହିଁ ଶିକ୍ଷା ଦେବା ଉଚିତ୍‌।’

Advertisment

ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବେ ବାଛିଥଇଲେ ପ୍ରମୋଦିନୀ। ଏସିଡ୍ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲା ବି ତାଙ୍କ ହୃଦୟକୁ ଭଲ ପାଇଥିଲେ ସରୋଜ।ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ଏହି ନିଆରା ଯୋଡ଼ି ୨୦୨୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Advertisment

ସୂଚନାଥାଉ କି, ୨୦୦୯ ମସିହାରେ ର୍ତିତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢ଼ୁଥିବା ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ। ୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ କୋମାରେ ହିଁ ରହିଥିଲେ।

୨୦୧୮ ମସିହା ଲକ୍ଷ୍ନୌ ଶିରୋଜ କାଫେରେ ଏକ ସମାରୋହରେ ଉଭୟଙ୍କର ର୍ନିବନ୍ଧ ହୋଇଥିଲା। ଏହାପରେ ଉଭୟ ପରିବାରର ସ୍ୱୀକୃତି ଓ ସାମାଜିକ ରୀତିନୀତିରେ ପ୍ରମୋଦିନୀ ଓ ସରୋଜ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। 

Pramodini Roul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ