Advertisment

ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ସଂଘର୍ଷର କାହାଣୀ : ଏସିଡ୍ ଆକ୍ରମଣ ପୀଡିତଙ୍କୁ ଦେଉଛନ୍ତି ନ୍ୟାୟ

ଏସିଡ୍ ଆକ୍ରମଣ ସବୁଦିନ ପାଇଁ ଦେଇଦେଲା ଦାଗ। କିନ୍ତୁ ସେ ହାର ମାନି ନଥିଲେ। ସମାଜ ଆଗରେ ମୁଣ୍ଡ ଟେକି ଚାଲିବା ପାଇଁ ଚଲେଇଲେ ସଂଗ୍ରାମ। ଆସନ୍ତୁ ଜାଣିବା ସେମିତି ଜଣେ ମହିଳାଙ୍କ ବିଷୟରେ।

ଅଦ୍ୟତନ ହୋଇଛି
Acid attack victim Laxmi Agarwal story

Acid attack victim Laxmi Agarwal story

Advertisment

ଦୁନିଆରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସଂଖ୍ୟା କମିବାର ନାଁ ଧରୁନି। ଆଜି ବି ଅନେକ ବାପାମାଆ ନିଜ ଝିଅମାନଙ୍କୁ ଘରୁ ବାହାରକୁ ପଠାଇବାକୁ ଭୟ କରୁଛନ୍ତି। ଯୌନ ନିର୍ଯାତନା, ନାରୀ ନିର୍ଯାତନା, ବଧୁହତ୍ୟା, ଏସିଡ୍ ଆକ୍ରମଣ ଆଦି ଅନେକ ହୃଦୟ ବିଦାରକ ଘଟଣାର ପରିସଂଖ୍ୟାନ ଅନେକ ବାପାମାଆଙ୍କୁ ଭୟଭୀତ କରୁଛି। ସ୍କୁଲ୍‌, କଲେଜ୍‌ କିମ୍ବା ଅଫିସ୍‌କୁ ଯାଉଥିବା ଝିଅମାନଙ୍କୁ ନିର୍ଯାତନା ଦିଆଯିବା ଏକ ସାଧାରଣ କଥା ହୋଇଯାଇଛି। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ରାସ୍ତାରେ ଝିଅମାନଙ୍କ ଉପରେ ଏସିଡ୍ ମାଡ କରାଯାଇଛି।

Advertisment

ଏସିଡ୍‌ର ମାତ୍ର କେଇ ବୁନ୍ଦା ଅନେକ ଝିଅଙ୍କ ଜୀବନ ନେଇଯାଇଛି ତ ପୁଣି କେତେକ ଜୀବନରେ ଦାଗ ଦେଇଯାଇଛି। ଅନେକ ଏସିଡ୍ ସର୍ଭାଇବର ଅଛନ୍ତି, ଯେଉଁମାନେ ଏହି ନିର୍ଯାତନାକୁ ସହି ପାରି ନାହାନ୍ତି, ପୁଣି ଏପରି ଅନେକ ସାହସୀ ଝିଅ ଅଛନ୍ତି, ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ଏହି ଅପରାଧ ପାଇଁ ଲଢିଛନ୍ତି। ସେମାନେ ଡରନ୍ତି ରେ ନାହିଁ, ମୁହଁ ଲୁଚାନ୍ତି ନାହିଁ, ଆଖିରେ ଆଖି ମିଶେଇ ସମସ୍ତଙ୍କୁ ସାମ୍ନା କରନ୍ତି। ଏହିପରି ଏସିଡ୍ ଆକ୍ରମଣରୁ ବଞ୍ଚିଥିବା ଜଣେ ବ୍ୟକ୍ତି ହେଉଛନ୍ତି ଲକ୍ଷ୍ମୀ ଅଗ୍ରୱାଲ୍। ଯାହାଙ୍କର ସାହସ ପ୍ରତ୍ୟେକ ଝିଅଙ୍କ ପାଇଁ ପ୍ରେରଣା। ତେବେ ଆସନ୍ତୁ ଲକ୍ଷ୍ମୀଙ୍କ ସାହସର କାହାଣୀକୁ ଜାଣିନେବା।

କିଏ ଏହି ଲକ୍ଷ୍ମୀ ଅଗ୍ରୱାଲ୍:

ଆପଣ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ୍’ ତ ନିଶ୍ଚିତ ଦେଖିଥିବେ। ଯଦି ଏହାକୁ ଦେଖି ନାହାଁନ୍ତି, ତେବେ ଦେଖିବା ଉଚିତ। ଏହି ଚଳଚ୍ଚିତ୍ରର କାହାଣୀକୁ ଚଳଚ୍ଚିତ୍ରରେ ଦେଖାଯାଇଥିଲେ ମଧ୍ୟ ଏହା ସତ ଘଟଣା ଉପରେ ଆଧାରିତ। ଦୀପିକାଙ୍କ ଜଳିଯାଇଥିବା ଚେହେରା ହୁଏତ ମେକ୍‌ଅପ୍ ଦ୍ୱାରା ପ୍ରସ୍ତୁତ ହୋଇଥାଇପାରେ, କିନ୍ତୁ ଯେଉଁ ଝିଅର କାହାଣୀ ଦୀପିକା ପରଦାରେ ଆଣିଥିଲେ, ସେ ପ୍ରତିଦିନ ସେହି ଅବସ୍ଥାରେ ଏହି ସମାଜକୁ ସାମ୍ନା କରୁଛନ୍ତି। ‘ଛପାକ୍’ ଚଳଚ୍ଚିତ୍ର ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀ, ଯିଏ ଏସିଡ୍ ଆକ୍ରମଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ।

Advertisment

ଜୀବନ ପରିଚୟ:

ଲକ୍ଷ୍ମୀ ଅଗ୍ରୱାଲ ୧ ଜୁନ୍ ୧୯୯୦ରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅସୁସ୍ଥତା କାରଣରୁ ପୂର୍ବରୁ ତାଙ୍କ ବାପା ଓ ଭାଇଙ୍କର ଦେହାନ୍ତ ହୋଇଥିଲା। ପରିବାର ଖର୍ଚ୍ଚ ଉଠାଇବା ପାଇଁ ଲକ୍ଷ୍ମୀ ଅଗ୍ରୱାଲଙ୍କ ମା ଘର ଘର ବୁଲି କାମ କରୁଥିଲେ। ଲକ୍ଷ୍ମୀ ପିଲାଦିନରୁ ପାଠପଢାରେ ସ୍ମାର୍ଟ ଥିଲେ।

ଯେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ଘର ନିକଟରେ ରହୁଥିବା ୩୨ ବର୍ଷ ବୟସ୍କା ଜଣେ ବ୍ୟକ୍ତି ତାଙ୍କୁ ଭଲ ପାଉଥିଲେ। ଯେତେବେଳେ ନଈମ ଖାନ ନାମକ ସେହି ବ୍ୟକ୍ତି ଲକ୍ଷ୍ମୀଙ୍କୁ ଭଲପାଉଥିବା କହିଥିଲେ, ସେତେବେଳେ ସେ ସିଧା ମନା କରିଦେଇଥିଲେ। ଯାହା ପରେ ନଈମ ଖାନ କ୍ରୋଧରେ ଲକ୍ଷ୍ମୀଙ୍କୁ ଏସିଡ୍ ସହିତ ଆକ୍ରମଣ କରିଥିଲେ।

Advertisment

ଲକ୍ଷ୍ମୀ ଅଗ୍ରୱାଲଙ୍କ ସଂଘର୍ଷ:

ଏକ ଝିଅ ଯିଏ ପାଠପଢା ପ୍ରତି ବ୍ୟାକୁଳ ଥିଲେ। ଭଲ ଗୀତ ଗାଉଥିଲ୍ ଏବଂ ଗାୟିକା ହେବାର ସ୍ୱପ୍ନ ମଧ୍ୟ ଦେଖୁଥିଲେ। କିନ୍ତୁ ହଠାତ୍ ତାଙ୍କ ଜୀବନ ବଦଳିଗଲା। ଏସିଡ୍ ଆକ୍ରମଣରେ ଲକ୍ଷ୍ମୀଙ୍କ ମୁହଁ ଜଳିଗଲା, କିନ୍ତୁ ସେ ହାର ମାନି ନଥିଲେ। ୨୦୦୬ ମସିହାରେ ଅର୍ଥାତ୍ ଘଟଣାର ଏକ ବର୍ଷ ମଧ୍ୟରେ, PIL ଦାଖଲ କରି ସୁପ୍ରିମ୍‌କୋର୍ଟରେ ଏସିଡ୍ ଉପରେ ନିଷେଧାଦେଶର ଦାବି ଉଠେଇଥିଲେ।​

ସେବେଠାରୁ ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଆସିଥିଲା। ଲକ୍ଷ୍ମୀ ଅଗ୍ରୱାଲ ମହିଳାମାନଙ୍କ ପାଇଁ କାମ କରନ୍ତି। ଏସିଡ୍ ଆକ୍ରମଣ ପୀଡିତମାନଙ୍କୁ ନ୍ୟାୟ ଦେବା, ବିନା ଭୟ ଏବଂ ଲଜ୍ଜାରେ ସମାଜରେ ମୁଣ୍ଡ ଟେକି ଚାଲିବାକୁ ସେମାନଙ୍କୁ ସେ ଉତ୍ସାହିତ କରନ୍ତି।

ଲକ୍ଷ୍ମୀଙ୍କ ପ୍ରେମ କାହାଣୀ:

ଏସିଡ୍ ଆକ୍ରମଣ ପରେ ଲକ୍ଷ୍ମୀ ଅଗ୍ରୱାଲ୍ ଏକ ଏନ୍‌ଜିଓ ଚଳାଉଥିବା ଆଲୋକ ଦୀକ୍ଷିତ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଲକ୍ଷ୍ମୀ ଏବଂ ଆଲୋକ କେବେ ବି ବିବାହ କରି ନଥିଲେ କିନ୍ତୁ ଏକାଠି ରହୁଥିଲେ। ସେମାନଙ୍କର ପିହୁ ନାମକ ଏକ ଝିଅ ମଧ୍ୟ ଅଛି। ଝିଅ ଜନ୍ମର କିଛି ଦିନ ପରେ ଲକ୍ଷ୍ମୀ ଏବଂ ଆଲୋକ ଅଲଗା ହୋଇଯାଇଥିଲେ। ଆଜି ଲକ୍ଷ୍ମୀ ଅଗ୍ରୱାଲ ତାଙ୍କ ଝିଅ ସହିତ ଏକାକୀ ରହୁଛନ୍ତି।

Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ