Advertisment

ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର ଜିଲ୍ଲା ମହାଦେବ ମନ୍ଦିର ଛକଠାରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇ ପରେ ରାସ୍ତାକଡ଼ରେ ଥିବା ଦୋକନ ଉପରେ ମାଡ଼ି ଯାଇଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବିଳମ୍ବିତ ରାତିରେ ବଲାଙ୍ଗିର ସହର ଭିତରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଗଲା କାର୍‌ । ସୌଭାଗ୍ୟବଶତଃ ଅଳ୍ପକେ କାର୍ ଡ୍ରାଇଭର ବର୍ତ୍ତିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକ ଠାରେ ଘଟିଛି।

Advertisment

ସହରର ଶାସ୍ତ୍ରୀନଗର ପଡାର ସୁଧାଂଶୁ ଶେଖର ଖମାରୀ ଏହି କାରରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ କାରକୁ ପିଟି ଦେଇଥିବା ଜଣାପଡ଼ିଛି । ଡିଭାଇଡରରେ ପିଟି ହେବା ପରେ ରାସ୍ତା କଡର ଷ୍ଟଲରେ ବି ପିଟି ହୋଇଛି । କାରର ସାମ୍ନା ପଟ ଭାଙ୍ଗି ଯାଇଥିବା ବେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ କେଉଁ ଅବସ୍ଥାରେ କାର୍‌ଟି ପିଟି ହୋଇଛି, ସେନେଇ ସ୍ପଷ୍ଟ ହୋଇନି ।

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ