Advertisment

କାନ୍ଥ ପଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଗଲା କାନ୍ଥ। କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡ଼ିହା ଗାଁରେ ।

Wall Collapsed

Wall Collapsed

Advertisment

ମୟୂରଭଂଜ କପ୍ତିପଦା ଭେଜଡିହା ଗାଁରେ ଘଟିଲା ଅଘଟଣ । କାନ୍ଥ ପଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ମୃତ ମହିଳାଙ୍କ ନାଁ ପେଲନ ମହାକୁଡ଼ । ସେ ଓ ତାଙ୍କ ସ୍ୱାମୀ ଘାସିରାମ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଉଭୟଙ୍କ ଉପରେ ଘରର କାନ୍ଥ ପଡ଼ି ଯାଇଥିଲା ।

Advertisment

କାନ୍ଥ ତଳେ ସ୍ୱାମୀ ସ୍ତ୍ରୀ ଉଭୟ ଚାପି ହୋଇଯାଇଥିଲେ । ଉଭୟଙ୍କୁ ଉଦ୍ଧାର ପରେ ତୁରନ୍ତ ଉଦଳା ଡାକ୍ତରଖାନା ନିଆଯାଇଥିଲା । ସେଠାରେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି ।

ଘାସିରାମଙ୍କ ଭାଇ ସୋନୁ ମହାକୁଡ଼ କହିଛନ୍ତି, ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିଲା। ଘରର କାନ୍ଥ ଟିକେ ଭାଙ୍ଗି ଥିଲା। ହେଲେ ତାହା ଭୁଶୁଡ଼ି ପଡ଼ିବ ବୋଲି ସେମାନେ ଭାବି ନଥିଲେ। ଶୋଇଥିବା ବେଳେ କାନ୍ଥଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।

Advertisment
Wall Collapsed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ