Advertisment

ରାଜଧାନୀରେ ବାଇକ୍ ସହ ଜଳି ଗଲେ ଜଣେ ଯୁବକ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ରାଜଧାନୀରେ ଦୁଇ ଦୁଇଟି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି। ବାଇକ୍ ସହ ଜଳି ଗଲେ ଯୁବକ । ରାଜପଥରେ ଜଣେ ଯୁବକଙ୍କ ସହ ତାଙ୍କ ବାଇକ୍ ଜଳିଯାଇଥିବା ଦେଖିବାକୁ ମିଳିଛି । ହେଲେ କେଉଁ ପରିସ୍ଥିତିରେ କିଭଳି ଯୁବକ ଜଣକ ପୋଡିଗଲେ ତାହା ସ୍ପଷ୍ଟ ହୋଇନି ।

Advertisment

ଏହାସହ ଯୁବକଙ୍କ ପରିଚୟ ମିଳିପାରିନି । ପୋଲିସ ପୋଡା ବାଇକ ଜବତ କରିବା ସହ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେହିପରି ସେହି ସ୍ଥାନର ରାସ୍ତାର ଅପରପାର୍ଶ୍ୱରେ ଆଉ ଏକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଏକ ଟାଟା ଏସ୍‌ରେ ଥିବା ଜଣେ ବାଳକ ସମେତ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ଏବଂ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ସୂଚନା ମିଳିଛି ।

Advertisment
Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ