Advertisment

ଓଡ଼ିଶା ହାଇକୋର୍ଟରେ ପଡ଼ି ରହିଛି ୧ ଲକ୍ଷରୁ ଅଧିକ ମାମଲା

ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି। ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ି ରହିଛି।

Cases Pending In Orissa High Court

Cases Pending In Orissa High Court

Advertisment

୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ି ରହିଛି। ଏହାପରେ ୧ ଲକ୍ଷ ୨୮ ହଜାର ୯୪୩ଟି ନୂଆ କେସ୍ ଦାଏର ହୋଇଛି।ସେଥିମଧ୍ୟରୁ ୧ ଲକ୍ଷ ୫ ହଜାର ୩୩୪ ମାମଲାର ଫଇସଲା ହୋଇଛି।

Advertisment

୨୦୨୧ ଶେଷ ସୁଦ୍ଧା ୧ ଲକ୍ଷ ୯୭ ହଜାର ୧୧୯ ମାମଲା ଏବେବି ପଡ଼ି ରହିଛି। ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି।

ବିଚାର ନହୋଇ ଦୀର୍ଘ ଦିନ ଧରି ମାମଲା ପଡ଼ି ରହିବା ଓ ଜିଲ୍ଲା ଜଜ୍‌ମାନଙ୍କୁ ଠିକରେ ମାମଲା ବଣ୍ଟନ ନହେବା ଏବଂ କୋର୍ଟଙ୍କ ରହିତାଦେଶ ନିର୍ଦ୍ଦେଶ ଠିକରେ କାର୍ଯ୍ୟକାରୀ କରାନଯିବା ଭଳି ଚିନ୍ତାଜନକ ତଥ୍ୟ ରିପୋର୍ଟରେ ସାମ୍ନାକୁ ଆସିଛି।

Advertisment

୨୦୨୧ ମସିହାର ଏହି ରିପୋର୍ଟରେ କୁହାଯାଇଛି ଯେ,କୋର୍ଟରେ ମାମଲା ବଢ଼ିବା ଦ୍ୱାରା ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢୁଥିବା ସୂଚାଉଛି। ମାତ୍ର ବହୁ କେସ୍‌ର ବିଚାର ହୋଇନପାରିବା ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଏଥିସହ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍‌ ଉଚ୍ଛେଦ ହେବା ପରେ ଏଠିକାର ପ୍ରାୟ ୪୦ ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଛି। ଯାହା କି ହାଇକୋର୍ଟଙ୍କ ଭାର ବଢାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Orissa High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ