Advertisment

ଆଜି ସମ୍ପନ୍ନ ହେବ ଅଭିଷେକଙ୍କ ଶେଷକୃତ୍ୟ, କରୋନା ସହ ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ

ପ୍ରାୟ ୩ ମାସ ଧରି ଇକ୍‌ମୋ ଚିକିତ୍ସା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଅଭିଷେକ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ଗାଁରେ ଅଭିଷେକଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା।

ଅଦ୍ୟତନ ହୋଇଛି
Abhishek Mohapatra

Abhishek Mohapatra

Advertisment

ଭୁବନେଶ୍ୱର: ପ୍ରାୟ ୩ ମାସ ଧରି ଇକ୍‌ମୋ ଚିକିତ୍ସା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଅଭିଷେକ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ଗାଁରେ ଅଭିଷେକଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଭଦ୍ରକ ବାସୁଦେବପୁର ମନ୍ଦାରି ଅଞ୍ଚଳର ଅଭିଷେକ ମହାପାତ୍ରଙ୍କ ପରଲୋକ ହୋଇଥିଲା। 

Advertisment

କରୋନାରେ ପୀଡ଼ିତ ହୋଇ ଗୁରୁତର ହେବା ପରେ ଅଭିଷେକଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ଜୁନ୍ ୯ରେ କୋଲକାତାକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ପ୍ରାୟ ୩ ମାସ ଚିକିତ୍ସା ସତ୍ତ୍ୱେ ଅଭିଷେକଙ୍କ ମୃତ୍ୟୁ ହୋଇଥିଲା। ଭଦ୍ରକ ବାସୁଦେବପୁର ମନ୍ଦାରି ଗାଁର ଯଦୁନାଥ ମହାପାତ୍ରଙ୍କ ଏକମାତ୍ର ପୁଅ ଅଭିଷେକ ମହାପାତ୍ର ସିଭିଲ ଇଂଜିନିୟର ଭାବେ ଓମାନରେ କାମ କରୁଥିଲେ  ସେ ମାର୍ଚ୍ଚ ୨୫ରେ ଘରକୁ ଆସିବା ପରେ ମେ ୫ ତାରିଖରେ ହୋଇଥିଲା ବାହାଘର । ଏହାର ମାତ୍ର ୮ ଦିନ ପରେ ସେ କରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା ।

Advertisment

ଭୁବନେଶ୍ୱରରେ କିଛି ଦିନ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଓ ଇକ୍‌ମୋ ଚିକିତ୍ସା ଦରକାର ହେବାରୁ ତାଙ୍କୁ କୋଲକାତା ଏୟାରଲିଫ୍ଟ କରାଯାଇଥିଲା। ଇକ୍‌ମୋ ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖରେ ଅର୍ଥର ଅଭାବ ଥିଲା। ଅଧିକ ଟଙ୍କାର ଆବଶ୍ୟକ ଥିବାରୁ ଏତେ ଟଙ୍କା ଯୋଗାଡ କରିବା ଅଭିଷେକଙ୍କ ପରିବାର ପକ୍ଷେ ଅସମ୍ଭବ ଥିଲା। ଏପରି ସମୟରେ  ଅଭିଷେକଙ୍କ ଚିକିତ୍ସା ପାଇଁ ପତ୍ନୀ ମୌସୁମୀ, ଅଭିଷେକଙ୍କ ମାଆ  ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି  ସମସ୍ତଙ୍କୁ ପ୍ରାର୍ଥନା କରିଥିଲେ। ଏପରିକି ଅଭିଷେକଙ୍କ ତୁରନ୍ତ ଭଲ ଚିକିତ୍ସା ଯୋଗାଇ ଦେବାକୁ ଆଗେଇ ଆସିଥିଲେ ଅଭିଷେକ ବନ୍ଧୁ ଗୋଷ୍ଠୀ। ଶେଷରେ ସୋଶିଆଲ ମିଡିଆରେ ସହାୟତା ନେଇଥିଲେ ଅଭିଷେକଙ୍କ ପତ୍ନୀ ଓ ପରିବାର ଲୋକେ। ସହାୟତା ମିଳିବା ପରେ ଜୁନ ୯ ତାରିଖରେ ତାଙ୍କୁ ଏୟାରଲିଫ୍ଟିଂ କରାଯାଇ କୋଲକାତା ପଠାଯାଇଥିଲା। ହେଲେ ଦୁଃଖଦ ବିଷୟ, ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅଭିଷେକଙ୍କ ଦେହାନ୍ତ ହୋଇଛି

Odisha ECMO Treatment Abhishek Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ