Advertisment

ଚିକିତ୍ସା ବେଳେ ନର୍ସଙ୍କୁ ଅସଦାଚରଣ କଲେ ଯୁବକ

ମହଙ୍ଗା ପଡ଼ିଲା ନର୍ସଙ୍କୁ ଅସଦାଚରଣ କରିବା। ଚିକିତ୍ସା କରୁଥିବା ଷ୍ଟାଫ୍‌ ନର୍ସଙ୍କୁ କିସ୍‌ କରି ବନ୍ଧା ହେଲେ ଯୁବକ।

ଅଦ୍ୟତନ ହୋଇଛି
Youth Kiss To Nurse In Karanjia

Youth Kiss To Nurse In Karanjia

Advertisment

ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଅବଶ୍ୟ ଏମିତି ଘଟଣା କିଛି ନୂଆ ନୁହେଁ। ବେଳେ ବେଳେ ରୋଗୀ ଆଉ ନର୍ସଙ୍କ ଭିତରେ ପ୍ରେମ ହେଇଯାଏ। ବାସ୍, ତା’ପରେ ଯେଝା ବାଟରେ ଯେଝା ଚାଲିଯାଆନ୍ତି। କିନ୍ତୁ ଏଠିକା ଘଟଣା ଆପଣଙ୍କ ଭାବନାକୁ ପୂରା ଓଲଟପାଲଟ କରିଦବ। ସବୁ ଦିନ ଭଳି ଷ୍ଟାଫ୍ ନର୍ସ ଜଣକ ମେଡିକାଲ ବେଡରେ ଶୋଇଥିବା ଯୁବକ ପାଖକୁ ଚିକିତ୍ସା ସେବା ଦେବାକୁ ଯାଇଥିବା ବେଳେ ହଠାତ୍ ଯୁବକ ଜଣକ ଉଠିପଡ଼ି ନର୍ସଙ୍କୁ କିସ୍ କରିଥିଲେ। ଏହି ଘଟଣା ପରେ ନର୍ସ ଏହାର ପ୍ରତିବାଦ କରିଥିଲେ ମଧ୍ୟ ସଂପୃକ୍ତ ଯୁବକ ଏହାକୁ ହାଲକା ଭାବେ ନେଇଥିଲେ। ତେବେ ଥାନାରେ ଏବାବଦରେ ଅଭିଯୋଗ ହେବା ସଂପୃକ୍ତ ଯୁବକକୁ ଗିରଫ କରଯାଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଗତକାଲି ରାତି ୮ଟାରୁ ୯ଟା ସମୟ ମଧ୍ୟରେ ରୋହିତ ଦାସ ଅଧିକାରୀ ଓରଫ ଗୁଡୁ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଯାଇଥିଲେ। ହେଲେ ସେଠାରେ ଚିକିତ୍ସା କରୁଥିବା ଜଣେ ଷ୍ଟାଫ୍‌ ନର୍ସଙ୍କୁ ଅଶାଳୀନ ବ୍ୟବହାର କରିବା ସହ କିସ୍‌ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଗୁଡୁ ବିଭିନ୍ନ ସମୟରେ ଗୁଣ୍ଡାଗର୍ଦ୍ଦି କରି ଏକାଧିକ ଅପରାଧିକ ମାମଲାରେ ଜଡ଼ିତ ଥିବା ମଧ୍ୟ ଜଣାପଡ଼ିଛି। ଗତକାଲିର ଘଟଣା ପରେ ପୋଲିସ୍‌ ତଦନ୍ତ କରି ତାଙ୍କୁ ଗିରଫ କରିଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ