Advertisment

ଅଚାନକ ମାଡ଼ି ଆସିଲା ପାଣି; ଗାଧୋଇବା ବେଳେ ଭାସିଗଲେ ମହିଳା

ବୈତରଣୀ ନଦୀରେ ଗାଧୋଇବା ବେଳେ ଅଚାନକ ପାଣି ଆସିବାରୁ ଭାସିଗଲେ ମହିଳା ।

ଅଦ୍ୟତନ ହୋଇଛି
Woman Wash Away While Bath

Woman Wash Away While Bath

Advertisment

ବୈତରଣୀ ନଦୀରେ ଗାଧୋଇବା ବେଳେ ଅଚାନକ ପାଣି ଆସିବାରୁ ଭାସିଗଲେ ମହିଳା । ନଦୀ ମଝିରେ ଥିବା ଟାପୁରେ ଫସି ରହିଥିଲେ । ଅଗ୍ନିଶମ ବାହିନୀ ଅନେକ ପରିଶ୍ରମ କରି ମହିଳାଙ୍କୁ ଉଦ୍ଧାର କରିଛି । ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁର ବାସନ୍ତୀ ରାଉଳ ନାମକ ଜଣେ ମହିଳା ନଦୀକୁ ଗାଧୋଇ ଯାଇଥିବା ସମୟରେ ଅଚାନକ ଆସିଥିଲା ପାଣି । ଫଳରେ ବାସନ୍ତୀ ନଦୀ ମଝିରେ ଥିବା ଟାପୁରେ ଫସି ରହିଥିଲେ । 

Advertisment

ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି | ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଉଦ୍ଧାର ମହିଳା ଜଣକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁର ବାସନ୍ତୀ ରାଉଳ। ସେ ଗାଁ ନିକଟ ବୈତରଣୀ ବଢ଼ି ପାଣିରେ ଫସି ରହିଥିବା ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କରିବାକୁ ଯାଇଥିଲେ।

ସେପଟେ କ୍ରମାଗତ ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ରାଜଘାଟ ଠାରେ ଦିନ ୧୧ଟା ସୁଦ୍ଧା ଜଳସ୍ତର ୩୯.୧୪୦ ଥିଲା। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଇଛି।

Advertisment
Baitarani River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ