Advertisment

ବର୍ଷା କରୁଛି ବେହାଲ : ରାସ୍ତା ନୁହେଁ ପାଚେରୀ ଉପରେ ଯାଉଛି ମଣିଷ

ସାମାନ୍ୟ ବର୍ଷାରେ ସ୍ଥିତି ସଙ୍ଗୀନ । ରାସ୍ତାରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି...ଘରକୁ ଯିବାକୁ ହେଲେ ପାଚେରୀ ହିଁ ସାହାଭରସା

ଅଦ୍ୟତନ ହୋଇଛି
ରାସ୍ତା ନୁହେଁ ପାଚେରି ଉପରେ ଯାଉଛି ମଣିଷ

ରାସ୍ତା ନୁହେଁ ପାଚେରି ଉପରେ ଯାଉଛି ମଣିଷ

Advertisment

ଆଣ୍ଠୁଏ ଉଚ୍ଚର ପାଣି...କିଏ କାହାକୁ ଧରି ପାଚେରୀ ଉପରକୁ ଉଠାଉଛି ତ ତ ଆଉ କିଏ ନାଳନର୍ଦ୍ଦମା ପାଣିରେ ପଶି ଘରକୁ ଯାଉଛି । ସ୍ଥିତି ଏମିତି ହେଲାଣି ଯେ ରାସ୍ତା କେଉଁଟା, ନାଳ କେଉଁଟା ଜାଣିବା ମୁସ୍କିଲ ହୋଇ ପଡିଛି । ସାମାନ୍ୟ ବର୍ଷାରେ ବେହାଲ ହେଲାଣି ସ୍ଥିତି । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ ।

Advertisment

କଳାହାଣ୍ଡି ଭବାନୀପାଟଣା ୧୫ ନମ୍ବର ୱାର୍ଡ ହିଲଟାଉନ ୱେଷ୍ଟଲେନ ନମ୍ବର ୪ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଯେଉଁଠି ଡ୍ରେନ୍‌ ବ୍ୟବସ୍ଥା ଠିକ୍‌ ନଥବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ସହରବାସୀ । ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ତେଣୁ ପରିସ୍ଥିତି ପୂରା ଗମ୍ଭୀର ହେଲାଣି । ବର୍ଷା ହେଲେ ଘରୁ ବାହାରିବା ଗୋଟିଏ ପ୍ରକାର ମୁସ୍କିଲ ହେଲାଣି । ସମସ୍ୟା ସମ୍ପର୍କରେ ପୌରପାଳିକା ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ଫଳ ଶୂନ୍‌ ।

କେବଳ ୧୫ ନମ୍ବର ୱାର୍ଡ ନୁହେଁ ବରଂ ଭବାନୀପାଟଣା ପୌରପାଳିକାର ଅଧିକାଂଶ ଅବସ୍ଥା ସମାନ । ଟିକିଏ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି । ପୁରୁଣା ସହର ହେଲେ ବି ଟାଉନମାଷ୍ଟର ପ୍ଲାନ ଠିକ ନ ଥିବାରୁ ଲୋକେ ବର୍ଷା ଦିନରେ ହଇରାଣ ହେଉଛନ୍ତି । ବର୍ଷାଦିନ ଆସିଲେ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଯେହେତୁ ରାସ୍ତାରେ ଏତେ ମାତ୍ରାରେ ପାଣି ଜମୁଛି ତେଣୁ ରାସ୍ତାରେ ନୁହେଁ ବରଂ ଏମିତି ପାଚେରୀ ଉପରେ ଚଢି ଘରୁ ବାହାରୁଛନ୍ତି ଲୋକେ ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାଣି ସମସ୍ୟାକୁ ନେଇ ପୌରଅଧ୍ୟକ୍ଷାଙ୍କୁ ବାରମ୍ବାର ଜଣାଇଛନ୍ତି ସହରବାସୀ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି...ହେଲେ ଅଧ୍ୟକ୍ଷା କହୁଛନ୍ତି, ସହରରେ କେମିତି ପାଣି ନଜମିବ ସେନେଇ ବ୍ୟବସ୍ଥା କରାଯାଉଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ