Advertisment

ଆଇନଷ୍ଟାଇନଙ୍କୁ ଟପିଗଲେ ୧୨ ବର୍ଷର ବାଳକ

IQ ସ୍କୋରରେ ଆଇନଷ୍ଟାଇନଙ୍କୁ ପଛରେ ପକେଇଦେଲେ ୧୨ ବର୍ଷର ବାଳକ। ଆଇନଷ୍ଟାଇନଙ୍କ IQ ସ୍ତର ୧୬୦ ଥିବାବେଳେ ଏହି ପିଲାର IQ ସ୍ତର ଏହାଠାରୁ ୨ ପଏଣ୍ଟ ଅଧିକ ରହିଛି।

ଅଦ୍ୟତନ ହୋଇଛି
A small boy proved smarter than Einstein

A small boy proved smarter than Einstein

Advertisment

ଯେତେବେଳେ ବୁଦ୍ଧି କିମ୍ବା ଯୁକ୍ତିର କଥା ପଡେ, ଆମେ ଏକ ଉଦାହରଣ ଭାବରେ ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ନାମ ନେଇଥାଉ। ବୁଦ୍ଧିକୁ ନେଇ ଯଦି କେହି ଏହି ବୈଜ୍ଞାନିକଙ୍କୁ ପଛରେ ପକେଇଦିଏ, ତେବେ ତାଙ୍କ ବୁଦ୍ଧି ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପଡିବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୨ ବର୍ଷର ଜଣେ ବ୍ରିଟିଶ ପିଲା ଏଭଳି କରି ଦେଖେଇଛନ୍ତି। ସେ ପ୍ରମାଣ କରି ଦେଇଛନ୍ତି ଯେ ତାଙ୍କର ସ୍ମାର୍ଟନେସର ସ୍ତର ଆଇନଷ୍ଟାଇନଙ୍କ ଠାରୁ ବି ଊର୍ଦ୍ଧ୍ୱରେ।

Advertisment

ଏହା କୌଣସି ଥଟ୍ଟା ମଜା ନୁହେଁ। ଆପଣ ନିଶ୍ଚିତ ଭାବରେ IQ ପରୀକ୍ଷା ବିଷୟରେ ଅନେକ ଥର ଶୁଣିଥିବେ। ଆପଣ ଜାଣିଥିବେ ଯେ ଏହି ପରୀକ୍ଷା ମାଧ୍ୟମରେ ଜଣେ ବ୍ୟକ୍ତିର ବୁଦ୍ଧି, ଚତୁରତା ଏବଂ ଯୁକ୍ତିଯୁକ୍ତ ଭାବନା ଶକ୍ତିକୁ ପରୀକ୍ଷା କରାଯାଇଥାଏ। ଏହି ପରୀକ୍ଷଣରେ, ୧୨ ବର୍ଷର ଶିଶୁ ବର୍ଣ୍ଣାବି ସ୍ୱିନବର୍ଣ୍ଣ ମହାନ ବୈଜ୍ଞାନିକ ଆଇନଷ୍ଟାଇନଙ୍କୁ ପଛରେ ପକେଇ ନିଜକୁ ହାଇ ଆଇକ୍ୟୁ ସୋସାଇଟି ମେନ୍‌ସାର ସଦସ୍ୟ କରିପାରିଛନ୍ତି।

ବ୍ରିଟେନ୍‌ର ବ୍ରିଷ୍ଟଲ୍‌ରେ ରହୁଥିବା ବର୍ଣ୍ଣାବି ସ୍ୱିନବର୍ଗ ଆଇକ୍ୟୁ ଟେଷ୍ଟ୍‌ରେ ୧୬୨ ସ୍କୋର ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ମାତ୍ର ୧୨ ବର୍ଷ ବୟସରେ ସେ ୧୮ ବର୍ଷରୁ କମ୍ ବୟସର ବର୍ଗରେ ଏହି ଆଶ୍ଚର୍ଯ୍ୟଜନକ ଉପଲବ୍ଧୀ ହାସଲ କରିଛନ୍ତି।

Advertisment

ବିଶ୍ୱାସ କରାଯାଏ ଯେ, ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ IQ ସ୍ତର ୧୬୦ ଥିଲା, କିନ୍ତୁ ଏହି ପିଲାର IQ ସ୍ତର ଏହାଠାରୁ ୨ ପଏଣ୍ଟ ଅଧିକ। ନିମ୍ନ ୧୮ ବର୍ଷ ବର୍ଗରେ ଏହା ହେଉଛି ସର୍ବାଧିକ ସ୍କୋର। ବର୍ଣ୍ଣାବି ଗଣିତ ଏବଂ ରସାୟନ ବିଜ୍ଞାନ ଅଧ୍ୟୟନ କରିବାକୁ ଖୁବ ପସନ୍ଦ କରନ୍ତି। ସେ ମଧ୍ୟ ବ୍ୟବସାୟ ପ୍ରତି ଆଗ୍ରହୀ ଏବଂ ବହୁତ ଉଚ୍ଚାଭିଳାଷୀ। ଭବିଷ୍ୟତରେ, ବର୍ଣ୍ଣାବି ଏକ ପ୍ରୋଗ୍ରାମର୍ ହେବାକୁ ଚାହୁଁଛନ୍ତି।

IQ ହେଉଛି ଜର୍ମାନ ଶବ୍ଦ ଇଣ୍ଟେଲିଜେଞ୍ଜ-କ୍ୱୋଟିଏଣ୍ଟର ଏକ ସଂକ୍ଷିପ୍ତ ରୂପ। IQ ସ୍କୋର୍‌ ତୁମର ଚିନ୍ତାଧାରା ଏବଂ ଜ୍ଞାନର ସ୍ତର ବିଷୟରେ କହିଥାଏ। ଆମର ମସ୍ତିଷ୍କ ଏକ କାର୍ଯ୍ୟକୁ କେତେ ଭଲ କରେ, ଏକ ସମସ୍ୟାର ସମାଧାନ ଆମେ କେତେ ଶୀଘ୍ର ଏବଂ ଉନ୍ନତ କରିପାରିବା, କେତେ ଶୀଘ୍ର ଏବଂ ସଠିକ୍ ଭାବରେ ଆମେ ଏକ ପ୍ରଶ୍ନର ଉତ୍ତର ଦେଇପାରିବା ଏହା IQ ଉପରେ ନିର୍ଭର କରେ।

Advertisment

ଆଜିକାଲି, ଅନେକ ୱେବ୍‌ସାଇଟରେ IQ ପରୀକ୍ଷା ସୁବିଧା ଉପଲବ୍ଧ। ଜଣେ ନିଜର IQ କୁ ମାତ୍ର ୫ ମିନିଟ୍‌ରେ ଜାଣି ପାରିବ। କିନ୍ତୁ ବିଶେଷଜ୍ଞମାନେ ଏହାର ଫଳାଫଳକୁ ସବୁବେଳେ ସଠିକ୍ ବୋଲି ବିଚାର କରନ୍ତି ନାହିଁ ଏବଂ ଏକ ମାନସିକ ଚିକିତ୍ସାର ପରୀକ୍ଷାରେ ଏହାର ସଠିକ୍ ଫଳାଫଳ ମିଳିଥାଏ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ