Advertisment

ଅଧ ରାତିରେ ହସ୍ପିଟାଲ୍‌ର ୪ ମହଲାରୁ ଡେଇଁଲେ ରୋଗୀ

ଗତ ଶନିବାର ହସ୍ପିଟାଲ୍‌ ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ପୁଣି ଜଣେ ରୋଗୀ ଛାତରୁ ଡେଇଁ ପଡ଼ିଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Patient jumps from 4th floor of Dhenkanal hospital, dies

Patient jumps from 4th floor of Dhenkanal hospital, dies

Advertisment

ସୁଇସାଇଡ୍ ଜୋନ୍ ପାଲଟିଛି କି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ? ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ଆତ୍ମହତ୍ୟା କରୁଥିବା ଖବର ସାମ୍ନାକୁ ଆସୁଛି। ଗତ ଶନିବାର ହସ୍ପିଟାଲ୍‌ ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ପୁଣି ଜଣେ ରୋଗୀ ଛାତରୁ ଡେଇଁ ପଡ଼ିଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପରଜଙ୍ଗ ଅଞ୍ଚଳର ଦୁର୍ଯ୍ୟୋଧନ ନାୟକ(୫୦)।

Advertisment

ସୂଚନା ଅନୁସାରେ, ଉଚ୍ଚ ରକ୍ତଚାପ ଯୋଗୁ ଅସୁସ୍ଥ ହେବା ଫଳରେ ଗତକାଲି ରାତି ୧୦ଟାରେ ଦୁର୍ଯ୍ୟୋଧନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ହସ୍ପିଟାଲ୍‌ର ପୁରୁଷ ମେଡିସିନ ବିଭାଗରେ ସେ ଭର୍ତ୍ତି ହୋଇଥିଲେ। ରାତି ପ୍ରାୟ ୩ଟାରେ ୪ ମହଲା ଛାତ ଉପରୁ ସେ ଡେଇଁ ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ବେଡ୍‌ ନମିଳିବା ଓ ଚିକିତ୍ସା ଅବହେଳା ନେଇ ପରିବାର ଲୋକେ ଦାୟୀ କରିଛନ୍ତି। 

ସୂଚନାଥାଉ କି, ଗତ ୧୩ ତାରିଖ ଦିନ ପରଜଙ୍ଗ ଅଞ୍ଚଳର ଚନ୍ଦନ ନାୟକ ନାମକ ଯୁବକ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି ହୋଇଥିଲେ। ତେବେ ୫ମ ମହଲାରୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ୪ବର୍ଷ ମଧ୍ୟରେ ୪ଜଣ ରୋଗୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହସ୍ପିଟାଲ୍‌ ଛାତରୁ ଡେଇଁ ଜଣକ ପରେ ଜଣେ ରୋଗୀଙ୍କ ଏଭଳି ମୃତ୍ୟୁ ଘଟୁଥିବାରୁ ଢେଙ୍କାନାଳ ଜିଲ୍ଲା ହସ୍ପିଟାଲ୍‌ ରୋଗୀଙ୍କ ପାଇଁ ସୁଇସାଇଡ୍‌ ଜୋନ୍‌ ପାଲଟିଛି କି ବୋଲି ଚର୍ଚ୍ଚା ହେଉଛି।   

Advertisment
Patient Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ