Astrospeak
  • Live TV
  • Read In English

ନିଶା ଛଡାଉଛନ୍ତି ପଟେଲ୍ ସାର

ଦିନେ ଥିଲେ ନିଶାଖୋର୍ । ଆଉ ଏବେ ପାଲଟିଛନ୍ତି ନିଶାଡିଙ୍କ ଉଦ୍ଧାରକର୍ତ୍ତା । ନିଶା ନିବାରଣ କେନ୍ଦ୍ର ଖୋଲି ଶହ ଶହ ଯୁବକ ଯୁବତୀଙ୍କୁ ନିଶା କବଳରୁ ମୁକ୍ତ କଲେଣି ଭୁବନେଶ୍ୱରର ପ୍ରଭୁଦତ୍ତ ପଟେଲ । ପ୍ରାୟ ୨୦ ବର୍ଷ ତଳେ ସେ ଯେଉଁ ନର୍କରେ ପାଦ ଦେଇଥିଲେ ଆଉ ସେ ନର୍କରେ କେହି ପାଦ ନ ଦିଅନ୍ତୁ ବୋଲି ସେ ପ୍ରୟାସ ଚଳାଇଛନ୍ତି ।

A Mission Against Addiction In Odisha
ନିଶା ଛଡାଉଛନ୍ତି ପଟେଲ୍‌ ସାର୍

News Summary

ଚଣ୍ଡାଶୋକରୁ ପାଲଟିଛନ୍ତି ବ୍ରହ୍ମାଶୋକ

ନିଜେ ଥିଲେ ଜଣେ ଅଭ୍ୟାସଗତ ନିଶାଡି, ହେଲେ ଆଜି ଛଡାଉଛନ୍ତି ନିଶା

ପଟେଲ୍ ସାରଙ୍କ କଥାରେ ନିଶା ପାଣି ଛାଡୁଛନ୍ତି

ଭୁବନେଶ୍ୱର (ସୌମ୍ୟରଞ୍ଜନ ସାହୁ) : ଦିନେ ଥିଲେ ନିଶାଖୋର୍ । ଆଉ ଏବେ ପାଲଟିଛନ୍ତି ନିଶାଡିଙ୍କ ଉଦ୍ଧାରକର୍ତ୍ତା । ନିଶା ନିବାରଣ କେନ୍ଦ୍ର ଖୋଲି ଶହ ଶହ ଯୁବକ ଯୁବତୀଙ୍କୁ ନିଶା କବଳରୁ ମୁକ୍ତ କଲେଣି ଭୁବନେଶ୍ୱରର ପ୍ରଭୁଦତ୍ତ ପଟେଲ । ପ୍ରାୟ ୨୦ ବର୍ଷ ତଳେ ସେ ଯେଉଁ ନର୍କରେ ପାଦ ଦେଇଥିଲେ ଆଉ ସେ ନର୍କରେ କେହି ପାଦ ନ ଦିଅନ୍ତୁ ବୋଲି ସେ ପ୍ରୟାସ ଚଳାଇଛନ୍ତି ।

ନିଶା ପାଇଁ ପଟେଲ ସାର୍‌ ଦିନେ ନିଜର ଉଚ୍ଚଶିକ୍ଷାକୁ ଅଧାରୁ ଛାଡି ଦେଇଥିଲେ । ସେ ହଠାତ୍ ମନ ବଦଳାଇ ଆମେରିକାର ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେଲେ । ଯାହା ପରଠୁ ସେ କେବେ ହେଲେ ନିଶା ଆଡକୁ ଚାହିଁ ନାହାନ୍ତି । ସେଠାରୁ ହିଁ ସାରଙ୍କ ଜୀବନ କଡ ଲେଉଟାଇଥିଲା । ପଟେଲ ନିଜେ ଯେଉଁ ନର୍କରୁ ବାହାରିଛନ୍ତି ଆଉ ସେହି ନର୍କରେ କେହି ନ ପଡନ୍ତୁ ବୋଲି ସେ ସ୍ଥିର କରିଥିଲେ ।

ସୂଚନା ଅନୁସାରେ, ପଟେଲ୍‌ ଓଡିଶା ଆଇବା ପରେ ୨୦୦୭ରୁ ନିଶା ନିବାରଣ ଦିଗରେ କାମ ଆରମ୍ଭ କଲେ । ପରେ ସେ ୨୦୧୩ରେ ସମର୍ପଣ ନାମରେ ଏକ ସାମାଜିକ ଅନୁଷ୍ଠାନ ତିଆରି କଲେ । ଯାହା ପରଠୁ ପଟେଲ୍‌ ସାର ପ୍ରାୟ ୩୦୦ରୁ ଅଧିକ ଯୁବକ, ଯୁବତୀଙ୍କୁ ନିଶା ଚକ୍ରବ୍ୟୁହରୁ ଉଦ୍ଧାର କରିଛନ୍ତି ।

ଦୀର୍ଘ ଦିନ ଧରି ଭଡା ଘରେ ଏହି ଅନୁଷ୍ଠାନକୁ ଚଳାଇବା ପରେ ଏବେ ରାଜଭବନ ଛକ ନିକଟରେ ଥିବା ନିଜସ୍ୱ ୪ ମହଲା ଘରକୁ ନିଶା ନିବାରଣ କେନ୍ଦ୍ରରେ ପରିବର୍ତ୍ତନ କରିଛନ୍ତି । ଏୟାର କଣ୍ଡିସନ୍ ରୁମ, ସ୍ମାର୍ଟ କ୍ୟାଣ୍ଟିନ, କ୍ୟାବିନ ସାଙ୍ଗକୁ ସେଠାରେ ରହିଛି ଉତ୍ତମ ପରିବେଶ । ପଟେଲ ସାରଙ୍କ ଅନୁସାରେ ଏକ ଉତ୍ତର ବାତାବରଣ ହିଁ ରୋଗୀର ମାନସିକତା ପରିବର୍ତ୍ତନରେ ବଡ଼ ଭୂମିକା ଗ୍ରହଣ କରିଥାଏ । ତେଣୁ ସେଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ମାସକୁ ୧୫ ହଜାର ଟଙ୍କା ଫିସ୍ ରହିଛି । ଗରିବ ଶ୍ରେଣର ଲୋକଙ୍କ ପାଇଁ କମ୍‌ ଫିସ୍ କରାଯିବା ସହ କିଛି ବ୍ୟକ୍ତିଙ୍କ ପାଇଁ ମାଗଣା ରହିବା ବ୍ୟବସ୍ଥା କରିଥାନ୍ତି ।

ଏହି କାମରେ ପଟେଲ୍‌ ସାରଙ୍କୁ ବହୁ ସ୍ୱେଚ୍ଛାସେବୀ ମଧ୍ୟ ସାହାଯ୍ୟ କରିଥାନ୍ତି । ଏହି କେନ୍ଦ୍ରକୁ ସରକାରଙ୍କ ତରଫରୁ ସହାୟତା ଯୋଗାଇଦେଲେ ଏଠାକୁ ଚିକିତ୍ସା ଲାଗି ଆସୁଥିବା ବ୍ୟକ୍ତିଙ୍କୁ ମାଗଣା ସେବା ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି ପଟେଲ ସାର । ନିଶାଖୋର୍ଙ୍କ ପ୍ରତି ଏଭଳି ମାନସିକତା ରଖିବା ହେତୁ ସେ ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି ।