Advertisment

ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ କନଷ୍ଟେବଲ୍‌ଙ୍କ ଉପରେ ମାଡ଼ିଗଲା କାର୍‌

କନଷ୍ଟେବଲ୍‌ଙ୍କ ଉପରେ ମାଡ଼ିଗଲା କାର୍‌। ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ଜଣେ କନଷ୍ଟେବଲ୍‌ଙ୍କୁ କାର୍‌ ଧକ୍କା ଦେଇଥିବା ଜଣାପଡ଼ିଛି। ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି।

Car Accident

Car Accident

Advertisment

ବାଙ୍କୀ: କନଷ୍ଟେବଲ୍‌ଙ୍କ ଉପରେ ମାଡ଼ିଗଲା କାର୍‌। ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ଜଣେ କନଷ୍ଟେବଲ୍‌ଙ୍କୁ କାର୍‌ ଧକ୍କା ଦେଇଥିବା ଜଣାପଡ଼ିଛି। ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଳ ରମେଶଚନ୍ଦ୍ର ପରିଡ଼ା।

Advertisment

ସୂଚନା ଅନୁସାରେ, ଆଜି ଭୋର ସମୟରେ ରମେଶଚନ୍ଦ୍ର ମର୍ଣ୍ଣିଂ ୱାକ୍‌ କରୁଥିଲେ। ଏହି ସମୟରେ ଆଠଗଡ଼ ପଟୁ ଦ୍ରୁତ ଗତିରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‌ ତାଙ୍କୁ ଚାରିଘରିଆ ଛକ ନିକଟରେ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ରମେଶଚନ୍ଦ୍ରଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଦୁର୍ଘଟଣା ଘଟାଇଥିବା କାର୍‌ରେ ଦୁଇଜଣ ଯୁବକ, ଜଣେ ଯୁବତୀ ଓ ଡ୍ରାଇଭରଙ୍କୁ ମିଶାଇ ୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Banki Road Accident Constable Dies Car Accident Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ