Advertisment

ଯଦି ମାଟି ସମୃଦ୍ଧ ହୁଏ ଉଦ୍ଭିଦ ବୃଦ୍ଧି ପାଇବ; ବାୟୁ ଶୁଦ୍ଧି ହୋଇଯିବ

ଆମେ ଭୁଲି ଯାଉଛୁ ଯେ ମାଟି ହେଉଛି ପୃଥିବୀର ସବୁଠାରୁ ଜୀବନ୍ତ ଜିନିଷ। ଏହା ଆମ ଜୀବନର ସମସ୍ତ ଜିନିଷର ଆଧାର। ମାଟି ସମୃଦ୍ଧ ହେଲେ ଉଦ୍ଭିଦ ବଢିବ ଓ ବାୟୁ ଶୁଦ୍ଧି ହୋଇଯିବ।

ଅଦ୍ୟତନ ହୋଇଛି
A conscious earth requires attention to soil : Sadhguru

A conscious earth requires attention to soil : Sadhguru

Advertisment

ସଦ୍‌ଗୁରୁ ନାମରେ ଜଣାଶୁଣା ଜଗ୍ଗୀ ବାସୁଦେବ ନିକଟରେ ଲଣ୍ଡନର 'ତାଜ'ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ “ମୃତ୍ତିକା କ୍ଷୟ ସେହି ସବୁ ସ୍ତର ଉପରେ ପଡୁଛି ଯାହା ଖାଦ୍ୟ ଉତ୍ପାଦନ, ଜଳବାୟୁ ସ୍ଥିରତା ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବ୍ରିଟିଶ-ଇଣ୍ଡିଆନ୍ ଲର୍ଡ ଜିତେଶ ଗାଡିଆଙ୍କ ସହ କଥାବାର୍ତ୍ତା ବେଳେ ସଦ୍‌ଗୁରୁ କହିଛନ୍ତି ଯେ ଆମେ ପର୍ଯ୍ୟାବରଣବୀତ ବା ପରିବେଶବିଜ୍ଞାନୀ ନୁହେଁ। ଆମେ ଭୁଲି ଯାଉଛୁ ଯେ ମାଟି ହେଉଛି ପୃଥିବୀର ସବୁଠାରୁ ଜୀବନ୍ତ ଜିନିଷ। ଏହା ଆମ ଜୀବନର ସମସ୍ତ ଜିନିଷର ଆଧାର।”

Advertisment

ମୃତ୍ତିକା କ୍ଷୟ ଦ୍ୱାରା ସମଗ୍ର ବିଶ୍ୱରେ ଖାଦ୍ୟ ଏବଂ ଜଳ ଅଭାବ ଦେଖାଦେବ। ଏହା ସହିୟ ମରୁଡ଼ି ଓ ଦୁର୍ଭିକ୍ଷ, ପ୍ରତିକୂଳ ଜଳବାୟୁ ପରିବର୍ତ୍ତନ, ସ୍ଥାନାନ୍ତରଣ ଏବଂ ବିନାଶକାରୀ ସଂକଟର ମଧ୍ୟ ସମ୍ମୁଖୀନ ହେବାକୁ ପଡିବ। ଖାଲି ଏମିତି ନୁହେଁ ଅନେକ ପ୍ରଜାତି ମଧ୍ୟ ବିଲୁପ୍ତ ହୋଇପାରନ୍ତି। ଏହା ମାନବିକତା ପାଇଁ ସବୁଠାରୁ ବଡ ବିପଦ ବୋଲି ବିବେଚନା କରାଯାଏ। ମାଟିର କ୍ଷୟ ହେତୁ ଆମ ପୃଥିବୀ ଖାଦ୍ୟ ବୃଦ୍ଧି କରିବାର କ୍ଷମତା ହରାଉଛି। ତେବେ ଏହାକୁ ସଜାଡିବା ପାଇଁ ଅନେକ ଉପାୟ ମଧ୍ୟ ରହିଛି। ଏହାକୁ ନେଇ କ’ଣ କୁହନ୍ତି ସଦ୍‌ଗୁରୁ ଆସନ୍ତୁ ଜାଣିବା।

ପର୍ଯ୍ୟାବରଣକୁ ନେଇ ସଦ୍‌ଗୁରୁଙ୍କ ମତ:

ଯଦି ଆମର ନଦୀଗୁଡିକ ପ୍ରଦୂଷିତ ହୁଏ ତେବେ ଏହା ଦୁଇ ବର୍ଷ ମଧ୍ୟରେ ଠିକ ହୋଇପାରିବ। ଯଦି ଆବଶ୍ୟକୀୟ ଶୁଦ୍ଧିକରଣ କାରଖାନା ସ୍ଥାପନ କରାଯାଏ ଏବଂ ନିୟମକୁ ପାଳନ କରାଯାଏ ତେବେ ଏହା କରାଯାଇପାରିବ। ଦୁନିଆରେ, ଆମେ ଆମ ନିଜର ଦାୟିତ୍ୱହୀନ କାମକୁ ପରିବେଶ ସମସ୍ୟା ଭାବରେ ନାମିତ କରୁଛୁ। ହେଲେ ପରିବେଶର ପ୍ରକୃତ ପ୍ରସଙ୍ଗ ହେଉଛି ମାଟି। ଯଦି ମାଟି ସମୃଦ୍ଧ ତେବେ ଜଳ ଉପସ୍ଥିତ ରହିବ। ଯଦି ମାଟି ସମୃଦ୍ଧ ଏବଂ ଏହା ଉପରେ ପର୍ଯ୍ୟାପ୍ତ ପରିମାଣର ଉଦ୍ଭିଦ ବୃଦ୍ଧି ପାଉଛି, ତେବେ ବାୟୁ ଶୁଦ୍ଧି ହୋଇଯିବ।

Advertisment

ସବୁଠାରୁ ବଡ କଥା ହେଉଛି ଆମର ଧ୍ୟାନ ମାଟି ଆଡକୁ ଯିବା ଉଚିତ। ଏହାର ଏକ ଅଂଶ ଭାବରେ, ଆମେ 'କନ୍ସସ୍ ପ୍ଲାନେଟ୍' ଅଭିଯାନ ଆରମ୍ଭ କରୁଛୁ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ, ଧନୀ ଏବଂ ସଂଭ୍ରାନ୍ତ ବର୍ଗଙ୍କ କଥା ବୋଲି ମନେହୁଏ। ଏହାକୁ ପରିବର୍ତ୍ତନ କରିବାକୁ ପଡିବ। ଆମେ ସମ୍ମୁଖୀନ ହେଉଥିବା ବିପଦ ବିଷୟରେ ପ୍ରତ୍ୟେକ ମଣିଷ ସଚେତନ ହେବା ଆବଶ୍ୟକ।

ପରିବେଶ ସମସ୍ୟା ନିର୍ବାଚନର ପ୍ରସଙ୍ଗ ହେବା ଉଚିତ। ପରିବେଶ ସମସ୍ୟାକୁ ଚିନ୍ତା କରିବା ପାଇଁ ସରକାର ନିର୍ବାଚିତ ହେବା ଉଚିତ। ସଚେତନ ପୃଥିବୀ ଅଭିଯାନ ମାଧ୍ୟମରେ ଆମେ ଏହା ଦେଖୁଛେ ଯେ କିପରି ସାରା

Advertisment

ଗଣତାନ୍ତ୍ରିକ ଦେଶଗୁଡିକରେ ଭୋଟରଙ୍କ ଏକ ବୃହତ ବିଭାଗକୁ ଏକ ସଚେତନ ପୃଥିବୀର ଧାରଣା ଦେବାକୁ ହେବ ଏବଂ କିପରି ଆମେ ଆମ ମାଟିକୁ ସମ୍ଭାଳିବା ଓ ପୁନର୍ଜୀବୀତ କରିବାକୁ ହେବ।

Save Soil Movement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ