Advertisment

ଆନ୍ଧ୍ରରେ ଓଲଟିଲା ଓଡ଼ିଶା ବସ୍‌

ଆନ୍ଧ୍ରରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪୭ ଆହତ ହୋଇଛନ୍ତି । NH-୫ ରଣସରନ୍ ନିକଟରେ ଟ୍ରକ୍‌କୁ ବସ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି ।

ଅଦ୍ୟତନ ହୋଇଛି
A bus from Odisha carrying migrant labourers to Kerla meets with an accident on NH-5

A bus from Odisha carrying migrant labourers to Kerla meets with an accident on NH-5

Advertisment

ଆନ୍ଧ୍ରରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪୭ ଆହତ ହୋଇଛନ୍ତି । NH-୫ ରଣସରନ୍ ନିକଟରେ ଟ୍ରକ୍‌କୁ ବସ୍ ଧକ୍କା ଦେବା ଫଳରେ ଦୁର୍ଘଟଣା । ଆହତମାନଙ୍କୁ ଶ୍ରୀକାକୁଲମ ରିମ୍‌ସରେ ଭର୍ତ୍ତି କରାଯାଇଛି । ଓଡ଼ିଶାରୁ ଦାଦନ ଶ୍ରମିକ ନେଇ ବସ୍‌ଟି କେରଳ ଯାଉଥିବା ସୂଚନା ମିଳିଛି ।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଶ୍ରୀକାକୁଲମ୍ ଜିଲ୍ଲାର ରଣସ୍ତାଲମ୍ ଜୋନ୍ ଅନ୍ତର୍ଗତ ପାଇଡିଭିମାଭାରାମ ଜାତୀୟ ରାଜପଥରେ ଓଡ଼ିଶାରୁ ଆସୁଥିବା ସମୟରେ ଟୁରିଷ୍ଟ ବସ ଏକ ଟ୍ରକକୁ ଧକ୍କା ଦେବାରୁ ଅନେକ ଲୋକ ଆହତ ହେବା ସହ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି।

ଜେଆର ପୁରମ ପୋଲିସ ରାଜେଶଙ୍କ ସୂଚନା ଅନୁସାରେ, ପ୍ରାୟ ୪୭ ଜଣ ଲୋକ ଏକ ବସ୍‌ରେ ଓଡ଼ିଶାରୁ କେରଳ ଏବଂ ତାମିଲନାଡୁକୁ ବିଭିନ୍ନ କାର୍ଯ୍ୟ ପାଇଁ ଯାଉଥିଲେ । ପାଇଡିଭିମାଭାରାମ ନିକଟ ୫ ନମ୍ବର ଜାତୀୟ ରାଜପଥ ଏହି ଦୁର୍ଘଟଣା ଘଟିଛି । ଡ୍ରାଇଭର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ହୋଇଥିବାର ପୋଲିସ ଅନୁମାନ କରୁଛି । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

Advertisment

ଦୁର୍ଘଟଣାରେ ଆହତ ହୋଇଥିବା ୩୩ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଶ୍ରୀକାକୁଲମ୍ ରିମ୍ସରେ ଭର୍ତ୍ତି କରାଯାଇଥିଲା। ଅବଶିଷ୍ଟ ଆହତମାନଙ୍କୁ ଘଟଣାସ୍ଥଳରେ ହିଁ ପ୍ରାଥମିକ ଚିକିତ୍ସା ଦିଆଯାଉଛି । ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Odisha Andhra Pradesh Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ