Advertisment

ଗୋଟେ ବିସ୍କୁଟ୍ ହିଁ ମହିଳାଙ୍କୁ କରିଦେଲା କୋଟିପତି

ବେଳେ ବେଳେ ଭବିଷ୍ୟତକୁ ନେଇ ଚିନ୍ତା ଘାରେ ଯେ ଜୀବନରେ କ’ଣ କରିବାକୁ ହେବ। ଅନେକ ସମୟରେ ନିଷ୍ପତ୍ତି ମଧ୍ୟ ନେଇ ହୁଏନି। କିନ୍ତୁ ଉପରବାଲାର ନିର୍ଦ୍ଦେଶରେ ଆମ ଆଖପାଖରେ ଅନେକ ଈଶାରା ଆସେ। ଯିଏ ଏହି ଈଶାରାକୁ ବୁଝିନିଏ ସିଏ ଜୀବନର ପଥକୁ ଠିକ କରିନିଏ ଆଉ ହୋଇଯାଏ ଧନୀ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଠିକ୍ ଏପରି ହୋଇଛି। ତାଙ୍କ ଜୀବନରେ ଯେତେବେଳେ ଏଭଳି ଏକ ସମୟ ଆସିଲା, ଯେତେବେଳେ ଆଗକୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ ସେତେବେଳେ ଏକ ବିସ୍କୁଟ୍ ହିଁ ତାଙ୍କୁ ରାସ୍ତା ଦେଖେଇଥିଲା

A Biscuit made woman millionaire

A Biscuit made woman millionaire

Advertisment

ନୂଆଦିଲ୍ଲୀ : ବେଳେ ବେଳେ ଭବିଷ୍ୟତକୁ ନେଇ ଚିନ୍ତା ଘାରେ ଯେ ଜୀବନରେ କ’ଣ କରିବାକୁ ହେବ। ଅନେକ ସମୟରେ ନିଷ୍ପତ୍ତି ମଧ୍ୟ ନେଇ ହୁଏନି। କିନ୍ତୁ ଉପରବାଲାର ନିର୍ଦ୍ଦେଶରେ ଆମ ଆଖପାଖରେ ଅନେକ ଈଶାରା ଆସେ। ଯିଏ ଏହି ଈଶାରାକୁ ବୁଝିନିଏ ସିଏ ଜୀବନର ପଥକୁ ଠିକ କରିନିଏ ଆଉ ହୋଇଯାଏ ଧନୀ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଠିକ୍ ଏପରି ହୋଇଛି। ତାଙ୍କ ଜୀବନରେ ଯେତେବେଳେ ଏଭଳି ଏକ ସମୟ ଆସିଲା, ଯେତେବେଳେ ଆଗକୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ ସେତେବେଳେ ଏକ ବିସ୍କୁଟ୍ ହିଁ ତାଙ୍କୁ ରାସ୍ତା ଦେଖେଇଥିଲା।

Advertisment

@someonefromthe80s ନାମକ ଏକ ଟିକ୍‌ଟକ୍‌ ଆକାଉଣ୍ଟରୁ ନିଜର କାହାଣୀ ଶେୟାର କରି ଅମାଣ୍ଡା କହିଛନ୍ତି ଯେ ଏକ ଫର୍ଚ୍ୟୁନ୍ କୁକୀ ତାଙ୍କୁ ତାଙ୍କ ଜୀବନର ଦିଗ ଦେଖେଇଥିଲା ଆଉ ବର୍ତ୍ତମାନ ସେ କୋଟିପତି ହୋଇଯାଇଛନ୍ତି। ଯେତେବେଳେ ଅମାଣ୍ଡା ଜୀବନର ଦୋଛକୀରେ ଥିଲେ ସେତେବେଳେ ଏହି କୁକୀଜ୍‌ ତାଙ୍କ ପାଇଁ ଏକ ସନ୍ଦେଶ ଆକାରରେ ମିଳିଥିଲା। ସେତେବେଳେ ତାଙ୍କର ଚାକିରି ଚାଲିଯାଇଥିଲା, ସେ ବୁଝିପାରୁ ନ ଥିଲେ ଯେ ତାଙ୍କୁ କ’ଣ କରିବାକୁ ହେବ। ତେବେ ଯେତେବେଳେ ଏକ ବିସ୍କୁଟ୍‌ ତାଙ୍କ ହାତକୁ ଆସିଲା ସେତେବେଳେ ସତେ ଯେପରି ତାଙ୍କୁ ଜୀବନର ରାସ୍ତା ମିଳିଯାଇଥିଲା।

Advertisment

ଦୁଇଟି ପିଲାର ମାଆ ଅମାଣ୍ଡାଙ୍କ କହିବା କଥା, ୫ ବର୍ଷ ପୂର୍ବେ ତାଙ୍କର ଚାକିରି ଚାଲିଯାଇଥିଲା। ସେ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଏହି ସମୟରେ ତାଙ୍କ ପତି ତାଙ୍କୁ ଖୁସିକରିବା ନେଇ ଏକ କୁକୀଜ୍‌ ପ୍ୟାକେଟ୍ ଦେଇଥିଲେ। ୩୦ ବର୍ଷୀୟ ଅମାଣ୍ଡା ଯେତେବେଳେ ଏହି କୁକୀଜ୍‌ ପ୍ୟାକେଟ୍ ଖୋଲିଲେ ତାଙ୍କ ଜୀବନ ବଦଳି ଯାଇଥିଲା। ଏଥିରୁ ତାଙ୍କୁ ଏକ ଲିଖିତ କାଗଜ ମିଳିଥିଲା। ସେଥିରେ ଲେଖାଥିଲା ଯେ ଆପଣ ଆପଣଙ୍କ ବ୍ୟବସାୟରେ ଅସାଧାରଣ ଭାବେ ଖୁସି ହେବାକୁ ଯାଉଛନ୍ତି। ଏହି କାଗଜରେ କିଛି ଲକୀ ନମ୍ବର ସହିତ ସେହି ବ୍ୟବସାୟର ନାମ ମଧ୍ୟ ଲେଖାଥିଲା, ଯେଉଁଥିରେ ସେ ସଫଳ ହୋଇପାରିବେ।

ଏହି ମେସେଜ୍ ଦେଖିବା ପରେ ଅମାଣ୍ଡା ଏକ ETSY ଦୋକାନ ଖୋଲିଥିଲେ, ଯେଉଁଥିରେ ତାଙ୍କୁ ଅଭୁତପୂର୍ବ ସଫଳତା ମିଳିଥିଲା। ଅମାଣ୍ଡାଙ୍କ କଷ୍ଟମ ମେଡ୍ ବ୍ୟାନର ଭାଇରାଲ ହୋଇଗଲା ଏବଂ ଏଥିରୁ ତାଙ୍କୁ ମଧ୍ୟ ବହୁତ ଫାଇଦା ମିଳିଲା। ଅମାଣ୍ଡା ରାତାରାତି କୋଟିପତି ହୋଇଗଲେ। ବର୍ତ୍ତମାନ ସେ ୧୨ ମିଲିୟନ ଡଲାରର ମାଲିକ। ଅମାଣ୍ଡା ଟିକ୍‌ଟିକ୍‌ରେ ତାଙ୍କର ଏହି ସଫଳତାର କାହାଣୀ କହିଥିବା ବେଳେ ଲୋକେ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି। ଅମାଣ୍ଡା କହିଛନ୍ତି ଯେ ଭରସାରେ କରାଯାଉଥିବା ସବୁ କାମ ସଫଳତା ଦେଇଥାଏ।

Advertisment
India Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ