Advertisment

ଗର୍ଭରୁ ବାହାରିଲା ୩୫ ବର୍ଷର ‘ବେବି ଷ୍ଟୋନ୍’

ଜଣେ ବୃଦ୍ଧାଙ୍କ ପେଟରେ ବହୁ ବର୍ଷ ଧରି ଏକ ଭୃଣ ଥିଲା। ଧୀରେ ଧୀରେ ଭୃଣ ପଥରରେ ପରିଣତ ହୋଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ମହିଳା ଜଣକ ଏ ବିଷୟରେ କିଛି ବି ଜାଣିପାରି ନ ଥିଲେ।

ଅଦ୍ୟତନ ହୋଇଛି
A baby stone about 2 kg was found in stomach

A baby stone about 2 kg was found in stomach

Advertisment

ଆପଣ କେବେ ଶୁଣିଛନ୍ତି କି ଜଣେ ମହିଳା ଏକ ଶିଶୁକୁ ବର୍ଷ ବର୍ଷ ଧରି ନିଜ ପେଟରେ ରଖିଥିବେ, କିନ୍ତୁ ସେ ଏହା ବିଷୟରେ ଆଦୌ ଜାଣି ନଥିବେ। ଏହା ଶୁଣିଲା ପରେ ଆପଣଙ୍କୁ ନିଶ୍ଚିତ ଏକ ଝଟକା ଲାଗିଥିବ। ଆପଣଙ୍କ ମନରେ ଏ ବିଷୟରେ ଜାଣିବା ନେଇ ନିଶ୍ଚିତ ଆଗ୍ରହ ବଢିଯିବଣି। ତେବେ ଆସନ୍ତୁ ଜାଣିନେବା ଏ ବିଷୟରେ।

Advertisment

ଆଲଜେରିଆର ଜଣେ ୭୩ ବର୍ଷୀୟା ମହିଳା ହଠାତ୍ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କଲେ। ସେ ଯନ୍ତ୍ରଣାରେ କାନ୍ଦି କାନ୍ଦି ଡାକ୍ତରଙ୍କ ପାଖକୁ ଗଲେ। ଡାକ୍ତର ଯେତେବେଳେ ପେଟ ଯନ୍ତ୍ରଣା ହେବାର କାରଣ ଜାଣିବାକୁ ଚେଷ୍ଟା କଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ବୃଦ୍ଧ ମହିଳାଙ୍କ ପେଟରେ ବହୁ ବର୍ଷ ଧରି ଏକ ସାତ ମାସର ଭୃଣ ଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ମହିଳା ଜଣକ ଏ ବିଷୟରେ କିଛି ବି ଜାଣିପାରି ନଥିଲେ।

ଏକ ରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ ମଧ୍ୟ ମହିଳାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। କିନ୍ତୁ ଡାକ୍ତରମାନେ ଏହା ପଛର କାରଣ କ’ଣ ଜାଣିପାରି ନଥିଲେ। ତେବେ ଏଥର ଯେତେବେଳେ ମହିଳା ଜଣକ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କଲେ, ଡାକ୍ତର ତାଙ୍କୁ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ମହିଳାଙ୍କ ପେଟରେ ପ୍ରାୟ ୩୫ ବର୍ଷ ଧରି ସାତ ମାସର ଏକ ଭୃଣ ଅଛି ଏବଂ ଏଥିରେ କୌଣସି କ୍ଷତି ହୋଇ ନାହିଁ। ଏତେ ବର୍ଷ ରହି ବର୍ତ୍ତମାନ ସେହି ଭୃଣ ଏକ ପଥରରେ ପରିଣତ ହୋଇଯାଇଛି। ଡାକ୍ତରମାନେ ଏହାକୁ 'ବେବି ଷ୍ଟୋନ୍' ବୋଲି କହିଛନ୍ତି।

Advertisment

ଯେତେବେଳେ ଡାକ୍ତରମାନେ ମହିଳାଙ୍କୁ ପରୀକ୍ଷା କଲେ, ଦେଖାଗଲା ଯେ ଏହି 'ବେବି ଷ୍ଟୋନ୍'ର ଓଜନ ୪.୫ ପାଉଣ୍ଡ ଅର୍ଥାତ୍ ପାଖାପାଖି ୨ କିଲୋଗ୍ରାମ। ଏହି ଘଟଣା ପରେ ଡାକ୍ତରମାନେ ଏହାକୁ ଲିଥୋପିଡିଆନ୍ ବୋଲି କହିଥିଲେ। ଏ ବିଷୟରେ ଡାକ୍ତର କହିଛନ୍ତି, “ଯେତେବେଳେ ଗର୍ଭାଶୟ ପରିବର୍ତ୍ତେ ପେଟରେ ଗର୍ଭଧାରଣ ହୁଏ ସେତେବେଳେ ଏଭଳି ହୋଇଥାଏ।

ଶିଶୁର କ୍ରମାଗତ ରକ୍ତ ଅଭାବ ହେତୁ ଭୃଣର ବିକାଶ ହୁଏ ନାହିଁ, ଯେଉଁ କାରଣରୁ ଭୃଣକୁ ବାହାରକୁ ଆଣିବାର ପାଇଁ କୌଣସି ଉପାୟ ନ ଥାଏ। ଧୀରେ ଧୀରେ ଭୃଣ ପଥରରେ ପରିଣତ ହେବାକୁ ଲାଗେ। ଏହି କାରଣରୁ ମହିଳାଙ୍କ ପେଟରେ ଥିବା ଭୃଣକୁ 'ବେବି ଷ୍ଟୋନ୍' କୁହାଯାଏ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ