Advertisment

ବାପାଙ୍କୁ ଛଡାଇନେଲା କ୍ୟାନସର, ଶୁଦ୍ଧିକ୍ରିୟା ପାଇଁ ଗାଁ ଗାଁ ବୁଲି ହାତ ପାତୁଛି ପୁଅ

ଆରପାରିକୁ ଚାଲିଗଲେ ଉମେଶ, ଆଉ ପଛରେ ଛାଡିଦେଇ ଗଲେ ପତ୍ନୀ ଓ ଦୁଇ କୁନି ପୁଅଙ୍କୁ

undefined

9-year-old boy seeks alms to perform father’s after-death rituals

Advertisment

କାନ୍ଧରେ ଖଣ୍ଡିଏ ଗାମୁଛା, ହାତରେ ପଲିଥିନ ବ୍ୟାଗ ଏ ଘରରୁ ସେ ଘର, ଏସାହିରୁ ଆର ସାହି ବୁଲୁଛି ୯ ବର୍ଷର ପୁଅ ବାପାର ଶୁଦ୍ଧିକ୍ରିୟା ପାଇଁ ମାଗୁଛି ସହାୟତା। ଘରେ ଘରେ ହାତ ପତାଉଛି, ଟଙ୍କା ମାଗୁଛି କାରଣ, ଟଙ୍କା ମିଳିଲେ ହିଁ ବାପାର ଶୁଦ୍ଧିକାର୍ଯ୍ୟ ହେବ ଗାଁ ଲୋକ ବି ଯେତିକି ପାରୁଛନ୍ତି ସାହାଯ୍ୟ କରୁଛନ୍ତି। କୁନି ପୁଅର ଟଙ୍କା ଯୋଗାଡରେ ସହାୟତା କରୁଛି ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ।

Advertisment

୯ ବର୍ଷିୟ ଚନ୍ଦ୍ରକାନ୍ତର ବାପା ଉମେଶ ଜେନା। ବାଲେଶ୍ୱର ସୋର ବ୍ଳକ୍ ବରଂପୁରର ଉମେଶ, ଦୁଇ ପଇସା ରୋଜଗାର ପାଇଁ ଦାଦନ ଖଟି ଯାଇଥିଲେ। ବାହାର ରାଜ୍ୟରେ କିଛି ଦିନ କାମ କରିବା ଭିତରେ ଆକ୍ରାନ୍ତ ହୋଇଥିଲେ ଦୁରାରୋଗ କ୍ୟାନସରରେ। ଦେହ ଭଲ ନରହିବାରୁ ଘରକୁ ଚାଲିଆସିଥିଲେ। ଅନେକ ଚିକିତ୍ସା ପରେ ବି ରୋଗ ଭଲ ହୋଇନଥିଲା। ପାଖରେ ଯେତକ ଟଙ୍କା ଥିଲା, ସରିଗଲା।

ବହୁ କଷ୍ଟ ସହି ଶେଷରେ କଟକ ବଡ ମେଡିକାଲରେ ପ୍ରାଣ ହରାଇଲେ ଉମେଶ। ଆରପାରିକୁ ଚାଲିଗଲେ ଉମେଶ, ଆଉ ପଛରେ ଛାଡିଦେଇ ଗଲେ ପତ୍ନୀ ଓ ଦୁଇ କୁନି ପୁଅଙ୍କୁ ଯେଉଁମାନେ ଏବେ ବେସାହାରା ପାଲଟିଯାଇଛନ୍ତି। ଉମେଶଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଥିବା ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପାଖରେ ଦାବି ହେଉଛି।

Advertisment

(ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ