Advertisment

୮ଜଣ ଟ୍ରାନ୍ସଜେଣ୍ଡରଙ୍କ ସଫଳତାର କାହାଣୀ; କିଏ ଜଜ୍‌ ତ କିଏ ପୁଲିସ୍

ଟ୍ରାନ୍ସଜେଣ୍ଡରମାନଙ୍କୁ ଆମ ସମାଜରେ ହୀନ ଦୃଷ୍ଟିରେ ଦେଖାଯାଏ। ଫଳରେ ଏଭଳି ପରିସ୍ଥିତିରେ କୌଣସି ଏକ ବଡ଼ ପଦବୀ ହାସଲ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜ୍‌ ହୋଇଥାଏ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ସେମାନଙ୍କର ପରିଶ୍ରମ ଓ ନିଷ୍ଠା ବଳରେ ଉଚ୍ଚ ପଦବୀ ହାସଲ କରିଛନ୍ତି। ତେବେ ଆସନ୍ତୁ ଏମିତି ୮ଜଣ ଟ୍ରାନ୍ସଜେଣ୍ଡରଙ୍କ ବିଷରେ ଜାଣିନେବା।

ଅଦ୍ୟତନ ହୋଇଛି
8 famous Indian transgenders who became first in their fields

8 famous Indian transgenders who became first in their fields

Advertisment

ସେ ପୁରୁଷ ହୁଅନ୍ତୁ କି ମହିଳା ସବୁ ମଣିଷର ଜୀବନରେ କିଛି ନା କିଛି ସମସ୍ୟା ରହିଛି। କିନ୍ତୁ ସମସ୍ୟା ସେତେବେଳେ ଦ୍ୱିଗୁଣିତ ହୋଇଯାଏ ଯେତେବେଳେ ବ୍ୟକ୍ତିର ଲିଙ୍ଗ ନିର୍ଦ୍ଧାରିତ ନ ହୋଇଥାଏ। ସେମିତି ଏକ ଗୋଷ୍ଠି ହେଲା ଟ୍ରାନ୍ସଜେଣ୍ଡର୍‌। ଟ୍ରାନ୍ସଜେଣ୍ଡରମାନଙ୍କୁ ଆମ ସମାଜରେ ହୀନ ଦୃଷ୍ଟିରେ ଦେଖାଯାଏ। ଫଳରେ ଏଭଳି ପରିସ୍ଥିତିରେ କୌଣସି ଏକ ବଡ଼ ପଦବୀ ହାସଲ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜ୍‌ ହୋଇଥାଏ।

Advertisment

ଭାରତରେ ଅନେକ ଟ୍ରାନ୍ସଜେଣ୍ଡର ଅଛନ୍ତି, ଯେଉଁମାନେ ସେମାନଙ୍କର ପରିଶ୍ରମ ଓ ନିଷ୍ଠା ବଳରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ତେବେ ଆସନ୍ତୁ ଏମିତି ୮ଜଣ ଟ୍ରାନ୍ସଜେଣ୍ଡରଙ୍କ ବିଷରେ ଜାଣିନେବା ଯେଉଁମାନେ ଆଜି ବହୁ ପ୍ରସିଦ୍ଧ।

ସତ୍ୟଶ୍ରୀ ଶର୍ମିଲା:

ସତ୍ୟଶ୍ରୀ ଶର୍ମିଲା ହେଉଛନ୍ତି ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ। ସେ ଆଇନ ଅଧ୍ୟୟନ କରିବାକୁ ସ୍ଥିର କରିଥିଲେ ଯାହା ଦ୍ୱାର ସେ ଅନ୍ୟାୟ ବିରୁଦ୍ଧରେ ଲଢି ପାରିବେ। ସେ ତାମିଲନାଡୁରୁ ଆସିଛନ୍ତି, ଯେଉଁଠାରେ ଶିକ୍ଷିତଙ୍କ ସଂଖ୍ୟା ବହୁତ ଅଧିକ। ଏହା ସତ୍ତ୍ୱେ ତାଙ୍କୁ ଅନେକ ସମାଲୋଚନା ଏବଂ ଶୋଷଣର ସାମ୍ନା କରିବାକୁ ପଡିଥିଲା।

Advertisment

ଜୋୟିତା ମଣ୍ଡଲ:

ଅକ୍ଟୋବର ୨୦୧୭ ରେ, ୨୯ ବର୍ଷର ଜୋୟିତା ମଣ୍ଡଲ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଜଜ୍ ହୋଇଥିଲେ। ତାଙ୍କୁ ଉତ୍ତର ବଙ୍ଗର ଲୋକ ଅଦାଲତରେ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ସହିତ କାମ କରିବାବେଳେ ସେ ଆଇନ ଅଧ୍ୟୟନ ପାଇଁ ଅନୁପ୍ରାଣିତ ହୋଇଥିଲେ।

ପ୍ରୀଥିକା ଯଶିନୀ:

ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ପୋଲିସ୍ ଅଧିକାରୀ ପ୍ରୀଥିକା ଯଶିନୀ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ସବ୍-ଇନ୍ସପେକ୍ଟର ହୋଇଥିଲେ। ସେ ଆରମ୍ଭରେ ଗୋଟିଏ ପଏଣ୍ଟ୍‌ରେ ବିଫଳ ହୋଇଥିଲେ କିନ୍ତୁ ପରେ ସେ ତାଙ୍କର ଶାରୀରିକ ପରୀକ୍ଷାରେ ମାର୍କକୁ ପୁନଃ ଯାଞ୍ଚ କରିଥିଲେ, ଫଳରେ ତାଙ୍କୁ ପାଶ୍ ଘୋଷିତ କରାଯାଇଥିଲା।

Advertisment

ମନାବି ବନ୍ଦୋପାଧ୍ୟାୟ:

ବିବେକାନନ୍ଦ ସତୋବର୍ଷିକୀ ମହାବିଦ୍ୟାଳୟରେ ସହଯୋଗୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ମନାବି ବନ୍ଦୋପାଧ୍ୟାୟ ଟ୍ରାନ୍ସଜେଣ୍ଡର ଭାବରେ ଭାରତର ପ୍ରଥମ କଲେଜ୍‌ ପ୍ରିନ୍ସିପାଲ ହୋଇଥିଲେ। ୨୦୧୫ରେ, ସେ କୃଷ୍ଣନଗର ମହିଳା ମହାବିଦ୍ୟାଳୟର ପ୍ରିନ୍ସିପାଲ୍‌ ହୋଇଥିଲେ। ଏହା ବ୍ୟତୀତ ସେ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଯିଏକି ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି।

ମୁମ୍‌ତାଜ ବସପା:

ମୁମ୍‌ତାଜ ବସପା ଦୀର୍ଘ ଧରି ଧରି ବିଏସ୍‌ପି ସହିତ ଜଡିତ ଥିଲେ ଏବଂ ବିଏସ୍‌ପି ଟିକେଟ୍‌ରେ ପଞ୍ଜାବର ବୁଚୋ ମଣ୍ଡି ଅଞ୍ଚଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ହୋଇଥିଲେ।

ଶବନମ ମୌସୀ:

ଶବନମ ମୌସୀ ମଧ୍ୟପ୍ରଦେଶର ଶହଡୋଲର ସୋହାନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ସେ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ବିଧାୟକ ହୋଇଥିଲେ। ତାଙ୍କ ପରିବାର ତାଙ୍କୁ ସମର୍ଥନ କରୁ ନଥିଲେ, ତେଣୁ ସେ କେବେ ବି ବିଦ୍ୟାଳୟକୁ ଯାଇ ନଥିଲେ। ଏହା ସତ୍ତ୍ୱେ ତାଙ୍କର ୧୨ଟି ଭାଷାରେ ଜ୍ଞାନ ଥିଲା।

ଶାବି:

ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ସୈନିକ ଶାବି ପ୍ରାୟ ୧୨ ବର୍ଷ ପୂର୍ବେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ୍‌ ର ସାମୁଦ୍ରିକ ଇଞ୍ଜିନିୟରିଂ ବିଭାଗରେ ଯୋଗ ଦେଇଥିଲେ। ସେ ୨୦୧୬ ମସିହାରେ ଲିଙ୍ଗ ପୁନଃ ନିର୍ମାଣ ଅସ୍ତ୍ରୋପଚାର କରିଥିଲେ ଏବଂ ବିଶାଖାପଟନମ୍ ନାଭାଲ୍ ବେସ୍‌ରେ ଯୋଗ ଦେଇଥିଲେ।

ଜିୟା ଦାସ:

କୋଲକାତାର ଜିୟା ଦାସ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଅପରେସନ୍ ଥିଏଟର ଟେକ୍ନିସିଆନ୍ ହୋଇଥିଲେ।

Ajab Gajab Transgenders Famouse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ