Advertisment

ବୟସ ମାତ୍ର ୭; ମୁଣ୍ଡରେ କୋଟି କୋଟି ଟଙ୍କାର ଚିନ୍ତା

ଯେଉଁ ବୟସ ଖେଳକୁଦ ଆଉ ମଜାମସ୍ତି କରିବାର ସେହି ବୟସରେ କୋଟି କୋଟି ରୋଜଗାର କରିବାର ଚିନ୍ତା। ମାତ୍ର ୭ ବର୍ଷ ବୟସରେ ସେ ଆରମ୍ଭ କରିଛନ୍ତି ନିଜର ବ୍ୟବସାୟ ଆଉ ବନିଯାଇଛନ୍ତି କୋଟି କୋଟି ଟଙ୍କାର ମାଲିକ।

ଅଦ୍ୟତନ ହୋଇଛି
7 year old boy owns clothing line business

7 year old boy owns clothing line business

Advertisment

ଯେଉଁ ବୟସ ସଂସାରକୁ ଜାଣିବା କଷ୍ଟ ସେହି ବୟସରେ ଏକ ଛୋଟ ପିଲା ନିଜର ବ୍ୟବସାୟ ଆରମ୍ଭ କରିବା କଥା ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏମିତି ଜଣେ ପିଲା କରି ଦେଖେଇଛନ୍ତି। ଫ୍ୟାଶନ୍ ପୋଷାକ ବ୍ୟବସାୟ ଆରମ୍ଭ କରିଥିବା ଏହି ପିଲାଟିର ନାମ ହେଉଛି ହଣ୍ଟର୍ କାର୍ଟିସ୍ ଏବଂ ସେ ଖୁବ କମ ବୟସରେ ଏକ ପୋଷାକ ବ୍ୟବସାୟ ଚଳାଉଛନ୍ତ। ତାଙ୍କ ମା’ଙ୍କ ସାହାଯ୍ୟରେ ୭ ବର୍ଷୀୟ ହଣ୍ଟର୍ ନିଜ ବୟସର ପିଲାମାନଙ୍କ ପାଇଁ ପୋଷାକ ଡିଜାଇନ୍ କରୁଛନ୍ତି ଏବଂ ସୋସିଆଲ୍ ମିଡିଆରେ ମଧ୍ୟ ବ୍ରାଣ୍ଡିଂ କରୁଛନ୍ତି। ଏବେ ଆପଣ ଚିନ୍ତା କରନ୍ତୁ ଏହି ବୟସରେ ଆପଣ କ’ଣ କରୁଥିଲେ?

Advertisment

ଅଷ୍ଟ୍ରେଲିଆରେ ରହୁଥିବା ହଣ୍ଟର୍ ଏକ ଭଲ ପରିବାରରୁ ଆସିଛନ୍ତି। ସେ ଚାହିଁଥିଲେ ଏହି ବୟସରେ ଖେଳକୁଦ କରିବା ସହ ମଜ୍ଜାମସ୍ତି ମଧ୍ୟ କରିଥାନ୍ତେ। କିନ୍ତୁ ଅଳ୍ପ ବୟସରେ ସେ କଠିନ ପରିଶ୍ରମ କରିବା ଏବଂ ବ୍ୟବସାୟ ଚଳାଇବା ଆରମ୍ଭ କରିଥିଲେ। ସେ ଏକ ୟୁନିସେକ୍ସ ଷ୍ଟ୍ରିଟ୍ ପୋଷାକ ବ୍ୟବସାୟ ଆରମ୍ଭ କରିଛନ୍ତି ।

ହଣ୍ଟର୍‌ଙ୍କ ବ୍ରାଣ୍ଡ୍‌ ନାମ ହେଉଛି hpcbrand। ଏହାର ଅଧୀନରେ ସେ ପିଲାମାନଙ୍କ ପାଇଁ ପୋଷାକ ତିଆରି କରନ୍ତି ଏବଂ ଏହା ସହିତ ପିନ୍ଧିବା ପାଇଁ ଆସେସରିଜ୍ ମଧ୍ୟ ପ୍ରସ୍ତୁତ କରନ୍ତି। ଏହି ବ୍ୟବସାୟ ଅଧୀନରେ ସେ ପୋଷାକର ଏକ ସମ୍ପୂର୍ଣ୍ଣ ସିରିଜ୍ ଲଞ୍ଚ କରିଛନ୍ତି ଏବଂ ଏହାକୁ @hpcbrand ନାମକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି।

Advertisment

ହଣ୍ଟର୍ ତାଙ୍କ ପରିବାରରେ ଏକାକୀ ବ୍ୟବସାୟ କରୁନାହାଁନ୍ତି। ତାଙ୍କର ୧୦ ବର୍ଷର ଏକ ଭଉଣୀ ମଧ୍ୟ ଅଛି। ତା’ର ନାମ ପିକ୍ସୀ କାର୍ଟିସ୍। ସେ ମଧ୍ୟ ଅଳ୍ପ ବୟସରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ଆଉ କୋଟି କୋଟି ଟଙ୍କାର ମାଲିକାଣୀ ହୋଇଛନ୍ତି। ତାଙ୍କର ପିକ୍ସୀ ଫିଜେଟ୍ସ ନାମକ ଏକ କମ୍ପାନୀ ମଧ୍ୟ ଅଛି, ଯେଉଁଥିରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି କାମରେ ତାଙ୍କ ମା ରକ୍ସୀ ଉଭୟ ପିଲାଙ୍କୁ ମଧ୍ୟ ସାହାଯ୍ୟ କରନ୍ତି। ସିଏ ନିଜେ ଜଣେ ସଫଳ ପବ୍ଲିକ୍ ରିଲେସନ୍‌ସିପ୍‌ ମ୍ୟାନେଜର।

7 year old boy owns clothing line businessଭଉଣୀ ପିକ୍ସୀ ସହିତ ହଣ୍ଟର୍‌

ପ୍ରକାଶଥାଉ ଯେ ମା ରସ୍କୀ ଓ ଝିଅ ପିକ୍ସୀ ଚଳିତ ବର୍ଷ ମେ ମାସରେ ଖେଳନା ବ୍ୟବସାୟ ଆରମ୍ଭ କରିଥିଲେ। ତାଙ୍କର ସମସ୍ତ ଖେଳନା ୪୮ ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା ଏବଂ ଏହା ତାଙ୍କର ପ୍ରଥମ ସଫଳତା ଥିଲା। ରସ୍କୀ କହିଛନ୍ତି ଯେ ପ୍ରଥମ ମାସରେ କମ୍ପାନୀର କାରବାର ୧ କୋଟିରୁ ଅଧିକ ଥିଲା। ଏହା ପରେ ପିକ୍ସୀଙ୍କ କମ୍ପାନୀ ଦ୍ୱାରା ଏକ ହେୟାର ଆସେସରିଜ୍‌ ବ୍ରାଣ୍ଡ ମଧ୍ୟ ତିଆରି କରାଯାଇଥିଲା, ଯାହାର ନାମ ପିକ୍ସୀ ବୋ ରଖାଯାଇଥିଲା।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ