ଅଦ୍ୟତନ ହୋଇଛି
Police Medal
Advertisment
ଭୁବନେଶ୍ୱର: ଓଡ଼ିଶାର ୬୭ ଜଣଙ୍କୁ ସାହସିକତା ପୋଲିସ ମେଡାଲ ନେଇ ଘୋଷଣା। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ।ଏସଆଇଡବ୍ଲୁର DSP ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଲ ଭାବଗ୍ରାହୀ ତ୍ରିପାଠୀଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ। ୧୧ ଜଣଙ୍କୁ ପ୍ରଂଶସନୀୟ ସେବା ପାଇଁ ପୋଲିସ ମେଡାଲ ମିଳିବ। ସାରା ଦେଶରେ ମୋଟ ୧୩୮୦ ପୋଲିସ ମେଡାଲରେ ସମ୍ମାନିତ ହେବେ।
Advertisment
ସେହିପରି ଓଡ଼ିଶାର ୬ ଅଗ୍ନିଶମ କର୍ମଚାରୀଙ୍କୁ ମେଡାଲ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ସାହସିକତା ପାଇଁ ଜୟନ୍ତ ନାୟକ, ଅକ୍ଷୟ ବେହେରା ମେଡାଲ ପାଇବେ। ଶ୍ରୀଚନ୍ଦନ ପରିଡ଼ା ଓ ତପନ ବେହେରା ମଧ୍ୟ ସାହସିକତା ମେଡାଲ ପାଇବେ। ଉଲ୍ଲେଖନୀୟ ସେବା ପାଇଁ ୨ ଅଗ୍ନିଶମ କର୍ମଚାରୀ ମେଡାଲ ପାଇବେ।
ସତ୍ୟପୀର ବେହେରା ଓ ରୂପାଇ ମାଝୀ ଉଲ୍ଲେଖନୀୟ ସେବା ମେଡାଲ ପାଇବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628941018.jpg)