Advertisment

୬୧ ବର୍ଷରେ କନ୍ୟା ସାଜିଲେ ମହିଳା, ୭୦ ବର୍ଷ ବ୍ୟକ୍ତିଙ୍କୁ ବିବାହ କଲେ

୬୧ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମହିଳା। ସେ ୭୦ ବର୍ଷର ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ବହୁତ ଖୁସି ଅଛନ୍ତି ମହିଳାଙ୍କ ବାପା।

ଅଦ୍ୟତନ ହୋଇଛି
61 year old woman become bride first time, married 70 year old man

61 year old woman become bride first time, married 70 year old man

Advertisment

ଆଇନ ଯେଉଁଠି ବିବାହ ପାଇଁ ସର୍ବନିମ୍ନ ବୟସ ସ୍ଥିର କରିବା ନେଇ ତତ୍ପର ସେଇଠି ଲୋକମାନେ ମଧ୍ୟ ବିବାହ ପାଇଁ ସର୍ବାଧିକ ବୟସ ସ୍ଥିର କରିବାରେ ହେଳା କରୁ ନାହାନ୍ତି। ପୁଅଟି ଯେତେବେଳେ ୨୭-୨୮ ବର୍ଷ ଓ ଝିଅକୁ ୨୪-୨୫ ବର୍ଷ ହୋଇଯାଏ ପରିବାର ଲୋକଙ୍କ ମୁଣ୍ଡରେ ବିବାହ ନେଇ ଚିନ୍ତା ପଶେ। ପଡିଶା ଲୋକମାନେ ମଧ୍ୟ ପରିବାର ଲୋକଙ୍କୁ ପୁଅ-ଝିଅଙ୍କୁ ବିବାହ ନେଇ ବାଧ୍ୟ କରନ୍ତି। କିନ୍ତୁ କେତେକ କ୍ଷେତ୍ରରେ ପୁଅ-ଝିଅମାନେ ୩୦ ବର୍ଷ ପରେ ବିବାହ କରିବାକୁ ଜିଦି କରନ୍ତି। କିନ୍ତୁ ବେଳେବେଳେ ଏପରି ପରିସ୍ଥିତିରେ ସେମାନଙ୍କୁ ସମାଜର ଅପମାନ ମଧ୍ୟ ଶୁଣିବାକୁ ପଡେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୬୧ ବର୍ଷ ବୟସରେ କନ୍ୟା ସାଜିଛନ୍ତି।

Advertisment

ୱେଲ୍ସର ବାସିନ୍ଦା ଆଲିସ୍ ଲୁଇସ୍ ୨୦୧୯ରେ ପ୍ରଥମ ଥର ପାଇଁ ୬୧ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏକ ସାକ୍ଷାତକାରରେ ଏଲିସ୍ କହିଛନ୍ତି ଯେ ତାଙ୍କର ଏହି ଯାତ୍ରା ବହୁତ ଭଲ ଥିଲା ଏବଂ ସେ ମଧ୍ୟ ଏ ଦିଗରେ ତାଙ୍କ ପିତାଙ୍କର ମଧ୍ୟ ସମର୍ଥନ ପାଇଛନ୍ତି। ଆଲିସ୍ ୱେଲ୍ସର କାର୍ଡିଗନଶାୟରରେ ରୁହନ୍ତି ଏବଂ ବର୍ତ୍ତମାନ ଆଲିସ୍ ୟୁଇସ୍ କନ୍ସଲଟାନ୍ସର ନିର୍ଦ୍ଦେଶକ ଅଟନ୍ତି।

ସେ କହିଛନ୍ତି ଯେ ଯେତେବେଳେ ତାଙ୍କୁ ୨୦ ବର୍ଷ ହୋଇଥିଲା, ସେ ଲଣ୍ଡନରେ ଧାଈ ଭାବରେ କାମ କରୁଥିଲେ। ସେ ନିଜ କାମରେ ଏତେ ପିଲାଙ୍କର ଯତ୍ନ ନେଉଥିଲେ ଯେ ସେ ନିଜ ପିଲା ଚାହୁଁ ନ ଥିଲେ। ସେହି ସମୟ ମଧ୍ୟରେ ସେ ମଧ୍ୟ ଡେଟ୍‌ କରୁଥିଲେ କିନ୍ତୁ ସେ କେବେ ବି ଅନୁଭବ କରି ନ ଥିଲେ ଯେ ସେ ମଧ୍ୟ ବିବାହ କରିବା ଉଚିତ। ସେତେବେଳେ ତାଙ୍କର ଅନେକ ବନ୍ଧୁଙ୍କର ମଧ୍ୟ ଛାଡପତ୍ର ହୋଇଥିଲା। ତେଣୁ ତାଙ୍କ ବିବାହ ପ୍ରତି ତାଙ୍କ ମନ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା।

Advertisment

ଯେତେବେଳେ ତାଙ୍କୁ ୪୫ ବର୍ଷ ହୋଇଥିଲା, ତାଙ୍କର ଜଣେ ବନ୍ଧୁ ଛାଡପତ୍ର ପାଇଥିବା ଜଣେ ଚାଷୀଙ୍କୁ ବିବାହ କରିବାକୁ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ଆଲିସା ନିଷ୍ପତ୍ତି ନେଇଥିଲେ ଯେ ସେ ପ୍ରଥମେ ତାଙ୍କୁ ଭେଟିବେ ଯାହାର ନାମ ଜନି ଥିଲା ଓ ତାଙ୍କୁ ୫୪ ବର୍ଷ ହୋଇଥିଲା।

ଦୁହେଁ ଭେଟିଲା ପରେ ପରସ୍ପରକୁ ବହୁତ ପସନ୍ଦ କରିବାକୁ ଲାଗିଲେ ଏବଂ ସେହି ସମୟରେ ସେ ଜନିଙ୍କୁ ପ୍ରଥମ ଚୁମ୍ବନ ଦେଇଥିଲେ, ଯାହାକୁ ସେମାନେ ବହୁତ ସ୍ୱତନ୍ତ୍ର ବୋଲି କହିଥିଲେ। ଧୀରେ ଧୀରେ ଦୁହେଁ ନିକଟତର ହୋଇଥିଲେ ଏବଂ ୨୦୦୬ ମସିହାରେ ଜନି ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ୫୭ ବର୍ଷ ବୟସରେ ଆଲିସଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଆଲିସ୍‌ଙ୍କର ଏହି ଖୁସି ଖବର ଶୁଣି ତାଙ୍କ ବାପା ଓ ଜେଜେମା ଯିଏ କି ସେତେବେଳେ ୯୪ ବର୍ଷ ବୟସର ଥିଲେ, ସେମାନେ ଅତ୍ୟଧିକ ଆନନ୍ଦିତ ହୋଇଥିଲେ। ଦୁହେଁ ଏନ୍‌ଗେଜ୍‌ମେଣ୍ଟ୍ ହୋଇଗଲେ ଏବଂ ପରେ ଏକତ୍ର ବ୍ୟବସାୟ ଓ ସେମାନଙ୍କର କାମ ଆରମ୍ଭ କଲେ। ୨୦୧୯ ରେ ଅର୍ଥାତ୍ ଏନ୍‌ଗେଜ୍‌ମେଣ୍ଟର ୧୩ ବର୍ଷ ପରେ ସେମାନେ ବିବାହ ବନ୍ଧନରେ ବାନ୍ଧିହେଲେ। ସେତେବେଳେ ଆଲିସାଙ୍କୁ ୬୧ ବର୍ଷ ହୋଇଥିବା ବେଳେ ଜନିଙ୍କୁ ୭୦ ବର୍ଷ ହୋଇଥିଲା।

Advertisment

ଏପରିକି ଏହି ବୟସରେ, ତାଙ୍କ ୮୮ ବର୍ଷୀୟ ପିତା ତାଙ୍କ ସହିତ ବିବାହରେ ଯୋଗ ଦେଇଥିଲେ ଏବଂ ତାଙ୍କ ଝିଅକୁ ଦେଖି ବହୁତ ଖୁସି ହୋଇଥିଲେ। ଏକ ଛୋଟକାଟିଆ ଭାବେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା ଯେଉଁଥିରେ ମହିଳା ଜଣକ ବହୁତ ଖୁସି ଥିଲେ। ବର୍ତ୍ତମାନ ସେ ଲୋକମାନଙ୍କୁ କୁହନ୍ତି ଯେ ବିବାହ କରିବାର ସେମିତି କିଛି ସଠିକ୍ ବୟସ ନାହିଁ। ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ପ୍ରସ୍ତୁତ କରେ ସେତେବେଳେ ସେ ବିବାହ କରିବା ଉଚିତ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ