Advertisment

୩୩ ବର୍ଷ ଯୁବକଙ୍କୁ ପଟେଇ ଦେଲେ ୬୧ ବର୍ଷୀୟ ଜେଜେମା

ପ୍ରେମ ମାନେ ନାହିଁ ଜାତି-ଧର୍ମ-ବର୍ଣ୍ଣ। ପ୍ରେମ ହୋଇଗଲେ ସବୁ କିଛି ସୁନ୍ଦରର ଲାଗେ। ବୟସ ବି ଫରକ ପଡେନି। ଜଣେ ୬୧ ବର୍ଷର ବୃଦ୍ଧା ତାଙ୍କଠାରୁ ୨୮ ବର୍ଷ ସାନ ଯୁବକଙ୍କୁ ବାହା ହୋଇ ଚର୍ଚ୍ଚାରେ ଅଛନ୍ତି।

ଅଦ୍ୟତନ ହୋଇଛି
61 year old grandmother married 33 year old man

61 year old grandmother married 33 year old man

Advertisment

ପ୍ରେମରେ ଦେଖାଯାଏ ନାହିଁ ଜାତି, ଧର୍ମ, ବର୍ଣ୍ଣ କି ବୟସ। ପ୍ରତ୍ୟେକ ପରିସ୍ଥିତିରେ ମଧ୍ୟ ଜଣେ ନିଜ ପ୍ରେମକୁ ଭଲ ପାଏ। କିନ୍ତୁ ସମାଜ କ୍ୱଚିତ୍ ଏହି କଥା ଗ୍ରହଣ କରେ। ସମ୍ପ୍ରତି ଜଣେ ଜେଜେମା ଏହି କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ବୃଦ୍ଧ ମହିଳା ତାଙ୍କ ଠାରୁ ୨୮ ବର୍ଷ ସାନ ପୁରୁଷଙ୍କୁ ପଟେଇ ତାଙ୍କୁ ବିବାହ କରିଛନ୍ତି। ସବୁଠାରୁ ବଡ କଥା ହେଉଛି ଯେତେବେଳେ ସେ ସେହି ବ୍ୟକ୍ତିଙ୍କୁ ଭେଟିଥିଲେ, ସେତେବେଳେ ସେ ନାବାଳକ ଥିଲେ।

Advertisment

ରିପୋର୍ଟ ଅନୁଯାୟୀ, ଆମେରିକାରେ ରହୁଥିବା ୬୧ ବର୍ଷୀୟ ଶେରିଲ ମ୍ୟାକ୍‌ଗ୍ରେଗୋର କୋରାନ୍ ନାମକ ଜଣେ ୧୭ ବର୍ଷ ବୟସ୍କ ଯୁବକଙ୍କର ଜେଜେମା ଭଳି। ଆଜିକାଲି ଏହି ବୃଦ୍ଧା ଖୁବ୍ ଚର୍ଚ୍ଚାରେ ଅଛନ୍ତି କାରଣ ସେ ତାଙ୍କଠାରୁ ୨୮ ବର୍ଷ ସାନ କୋରାନଙ୍କୁ ବିବାହ କରିଛନ୍ତି। ପ୍ରକାଶଥାଉ ଯେ କୋରାନ୍‌ଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା ଶେରିଲ ତାଙ୍କୁ ଭେଟିଥିଲେ। ସେତେବେଳେ କୋରାନ୍‌ ଶେରିଲଙ୍କ ପୁଅର ଫାଷ୍ଟ୍‌ଫୁଡ୍‌ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ୨୦୧୨ ମସିହାରେ, ଯେତେବେଳେ ଯୁବକଟି ୨୩ ବର୍ଷ ବୟସ ହୋଇଥିଲା, ଶେରିଲ୍ ତାଙ୍କ ପ୍ରେମରେ ପଡିଥିଲେ ଏବଂ ଦୁହେଁ ଏକାଠି ସମୟ ବିତାଇବା ଆରମ୍ଭ କରିଥିଲେ।

ବର୍ତ୍ତମାନ ଶେରିଲ୍‌ଙ୍କୁ ୬୧ ବର୍ଷ ହୋଇଥିବା ବେଳେ କୋରାନ୍ ୩୩ ବର୍ଷରେ ପାଦ ଦେଇଛନ୍ତି। ବୟସରେ ଏତେ ତାରତମ୍ୟ ସତ୍ତ୍ୱେ ସେମାନଙ୍କ ପ୍ରେମ ବହୁତ ଶକ୍ତିଶାଳୀ। ଯଦିଓ ଦୁହେଁ ପରସ୍ପର ଉପରେ ବହୁତ ଖୁସି, କିନ୍ତୁ ଲୋକମାନେ ସେମାନଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ୍‌ କରୁଛନ୍ତି। ଲୋକମାନେ ପ୍ରାୟତଃ କୋରାନ୍‌ଙ୍କୁ କୁହନ୍ତି ଯେ ସେ ଲଜ୍ଜିତ ହେବା ଉଚିତ ଯେ ସେ ନିଜର ଜଣେ ଜେଜେମା’ ବୟସର ବ୍ୟକ୍ତିଙ୍କ ପ୍ରେମରେ ପଡିଗଲେ। ଏପରି କି ଅନେକ ଲୋକ ତାଙ୍କୁ ମାନସିକ ସ୍ତରରେ ଅସୁସ୍ଥ ବୋଲି କହିବା ଆରମ୍ଭ କରିଛନ୍ତି।

Advertisment

ସୋସିଆଲ ମିଡିଆରେ କୋରାନ୍ କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ଲୋକଙ୍କ ସମାଲୋଚନାକୁ ଧ୍ୟାନ ଦିଅନ୍ତି ନାହିଁ। ଗତ ବର୍ଷ ସେପ୍ଟେମ୍ବରରେ ଶେରିଲ୍‌ ଏବଂ କୋରାନ୍‌ଙ୍କ ବିବାହ ହୋଇଥିଲା। ଏହା ପରେ ସମାଲୋଚନା ଆହୁରି ଅଧିକ ହୋଇଗଲା। ବିବାହ ବେଳେ କୋରାନ୍ ଶେରିଲଙ୍କୁ ୨ ଲକ୍ଷ ଟଙ୍କା ମୂଲ୍ୟର ଏକ ରିଙ୍ଗ ଉପହାର ଦେଇଥିଲେ। ଅନେକ ଲୋକ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ସମର୍ଥନ କରନ୍ତି। ସେମାନେ କୁହନ୍ତି ଯେ ଯଦି ଉଭୟେ ପରସ୍ପରକୁ ନେଇ ଖୁସି, କରନ୍ତି ତେବେ ସେମାନଙ୍କ ସଂପର୍କକୁ ନେଇ ଅନ୍ୟମାନେ ମୁଣ୍ଡ ପୂରେଇବାରେ କିଛି ଆବଶ୍ୟକତା ନାହିଁ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ