Advertisment

ନିଖୋଜର ୨ ଦିନ ପରେ ବିଲରୁ ମୁମୂର୍ଷ ଅବସ୍ଥାରେ ମିଳିଲା ନାବାଳକ

ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ନାବାଳକ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହୋଇଛି। ପିଲାଟିର ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା।

Minor Boy Found In A Critical Condition

Minor Boy Found In A Critical Condition

Advertisment

ବଣାଇ: ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ନାବାଳକ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହୋଇଛି। ଗୁରୁତର ନାବାଳକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗାଁର ଦିଲୀପ ଦର୍କାଙ୍କ ୬ ବର୍ଷୀୟ ପୁଅ ସୁଗମ ଦର୍କା। ତାଙ୍କୁ ଏବେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଗତ ଶନିବାର ଅପରାହ୍ନରେ ସୁଗମ ଦର୍କା ନିଜ ସାଙ୍ଗଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲେ। ମାତ୍ର ହଠାତ୍‌ ସେ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା। ଏନେଇ ପରିବାର ଲୋକ ରବିବାର ଦିନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ଦିନ ପୋଲିସ୍‌ ଗାଁ ଲୋକଙ୍କ ସହାୟତାରେ ସୁଗମଙ୍କୁ ଏକ ଧାନ ବିଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

ସୁଗମଙ୍କ ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା। ପରିବାର ଲୋକ ପ୍ରଥମେ ତାଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ନ ସୁଧୁରିବାରୁ ଗତକାଲି ବୁର୍ଲା ମେଡିକାଲ୍‌କୁ ତାଙ୍କୁ ରେଫର କରାଯାଇଥିଲା। ବୁର୍ଲା ମେଡିକାଲରେ ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି।

Advertisment

ତେବେ କିଏ ଓ କାହିଁକି ସୁଗମଙ୍କୁ ଗାଁ ଦାଣ୍ଡରୁ ଉଠାଇନେଲା ତାହା ଜଣାପଡ଼ିନି। ଏହା ପଛରେ ପାରିବାରିକ ଶତ୍ରୁତା ନା ଆଉ କିଛି ରହିଛି, ସେନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Minor Boy Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ