ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍; ୬ ମୃତ

ଗଛରେ ପିଟି ହେଲା କାର୍‌: ୬ ମୃତ, ୩ ଗୁରୁତର

ଗଛରେ ପିଟିହେଲା କାର୍; ୬ ମୃତ

ନୂଆପଡ଼ା (ମାୟାଧର ସରାଫ): ନୂଆପଡା ଜିଲ୍ଲା ଜୋଙ୍କ ଥାନା ସୁନସୁନିଆ ନିକଟରେ ଦୁର୍ଘଟଣା । ଏକ କାର ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ନୂଆପଡା-ବରଗଡ ରାସ୍ତାର ସୁନସୁନିଆ ଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା କାର । ସେମାନେ ବରଗଡ଼ରୁ ନୂଆପଡ଼ା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତେ ପଡୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଅଞ୍ଚଳର ବୋଲି ଜଣାପଡ଼ିଛି ।