Advertisment

ମରଣଯନ୍ତା ପାଲଟିଛି ଘାଟି ରାସ୍ତା: ବୋଲେରୋ ଉପରେ ଓଲଟି ପଡ଼ିଲା ଟ୍ରକ୍‌

ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
6 Injured As Onion Laden Truck Overturns In Baripada

6 Injured As Onion Laden Truck Overturns In Baripada

Advertisment

ପୁଣି ଘାଟିରେ ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ ଆଜି ସକାଳୁ ସକାଳୁ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ବୋଲେରୋ ଗାଡ଼ିରେ ଥିବା ୪ଜଣଙ୍କ ସମେତ ଟ୍ରକ୍ ଡ୍ରାଇଭର ଓ ହେଲ୍‌ପର୍‌ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୋଲେରୋ ଗାଡ଼ିରେ ଥିବା ୨ ଜଣ ଗୁରୁତର ଅଛନ୍ତି। ଗୁରୁତର ୨ ଜଣଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି 

Advertisment

ସୂଚନା ଅନୁସାରେ, ବୋଲେରୋଟି ଜାମସେଦପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ବୋଲେରୋଟି ବାଙ୍ଗିରିପୋଷି ଘାଟି ଉଠୁଥିବା ବେଳେ ନାସିକ ଆଡୁ ଆସୁଥିବା ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡିଥିଲା। ଦୁର୍ଘଟଣା ଘଟି  ୬ ଜଣ ଆହତ ହୋଇଛନ୍ତି। ଖବର ପାଇ ବାଙ୍ଗିରିପୋଷି ପୋଲିସ୍‌ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହିଞ୍ଚି ବୋଲେରୋ ଗାଡ଼ିରୁ ଆହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୨ ଜଣ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। 

Advertisment

ବାଙ୍ଗିରିପୋଷି ଘାଟି ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ବେଳେ ପ୍ରତିଦିନ କୌଣସି ନା କୌଣସି ଦୁର୍ଘଟଣା ଘଟୁଛି। ସୂଚନାଥାଉ କି, ସପ୍ତାହକ ପୂର୍ବେ ଏକ ବୋଲେରୋ ଗାଡ଼ି ଟ୍ରକ୍‌ରେ ଚାପି ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୪୯ ନଂ ଜାତୀୟ ରାଜପଥ ର ବାଙ୍ଗିରିପୋଷି ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ଅନେକ ଦାବି ଏବଂ ଆନ୍ଦୋଳନ କରାଯିବ ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ। ଏହା କେବଳ ଆଲୋଚନାରେ ରହି ଯାଇଛି। ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ