Advertisment

୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁଣି ମା’ ହେଲେ ଜେଜେମା’

ଆମେରିକାର ଜଣେ ମହିଳା ୫ଟି ପିଲାଙ୍କର ଜେଜେମା ହୋଇଥିବାବେଳେ ସେ ନିଜ ସପ୍ତମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ସେ କେବଳ ନିଜ ସନ୍ତାନକୁ ଜନ୍ମ ଦେବା ପାଇଁ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଅଦ୍ୟତନ ହୋଇଛି
51 YEAR OLD GRANDMOTHER HAVING 6 CHILDREN GIVE BIRTH TO 7 CHILD IVF AMERICA

51 YEAR OLD GRANDMOTHER HAVING 6 CHILDREN GIVE BIRTH TO 7 CHILD IVF AMERICA

Advertisment

ସମାଜରେ ମଣିଷର ବୟସ ହିସାବରେ ପ୍ରତ୍ୟେକ କାର୍ଯ୍ୟକୁ ସ୍ଥିର କରାଯାଇଛି । ୨୧ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ ୧୭ ବର୍ଷ ମଧ୍ୟରେ ଚାକିରି ଓ ପରେ ବିବାହ । ସମାଜରେ ଏହା ଏକ ପ୍ରକାରର ନିୟମ ପାଲଟିଛି । ଯଦିଓ ଏହି ବୟସ ଗୁଡିକ ମଧ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ ହେଲେ ସାଧାରଣତଃ ଲୋକେ ଏହି ନୀତିକୁ ହିଁ ଅନୁକରଣ କରିଥାନ୍ତି । ଯଦି କେହି ଏହି ନିୟମକୁ ନ ମାନନ୍ତି ତେବେ ତାଙ୍କୁ ନେଇ ସମାଜରେ ବେଶ୍ ଆଲୋଚନା-ସମାଲୋଚନା ହୋଇଥାଏ ।

Advertisment

ଠିକ୍‌ ଏହିପରି, ଆମେରିକାର ଜଣେ ମହିଳା ସମାଲୋଚିତ ହେଉଛନ୍ତି । ମହିଳା ଜଣକ ୫ଟି ପିଲାଙ୍କର ଜେଜେମା ହୋଇଥିବାବେଳେ ସେ ନିଜ ସପ୍ତମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଆମେରିକା ନିବାସୀ ଚାଷ୍ଟେନ୍ (Kimberly Chasteen) ୧୯୮୭ ମସିହାରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ସେହି ସମୟରେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା । ହେଲେ ଏବେ ପର୍ଯ୍ୟନ୍ତ ତାଙ୍କର ୬ଟି ସନ୍ତାନ ଥିଲା । ତାଙ୍କର ସବୁଠୁ ବଡ଼ ତଥା ପ୍ରଥମ ସନ୍ତାନ ଜେସିକାକୁ ୩୩ ବର୍ଷ, ଦ୍ୱିତୀୟ ଝିଅ କାୟିଲାଙ୍କୁ ୩୩ ବର୍ଷ, ତୃତୀୟ ସନ୍ତାନ ପୁଅ ରିଚାର୍ଡକୁ ୩୧ ବର୍ଷ, ଚତୁର୍ଥରେ ପୁଅ ବ୍ଲେକ୍‌କୁ ୨୦ ବର୍ଷ, ପଞ୍ଚମ ସନ୍ତାନ ବ୍ରିଆର୍‌କୁ ୧୯ ବର୍ଷ ଏବଂ ଶେଷରେ ଷଷ୍ଠ ସନ୍ତାନ ବଲିନ୍‌ଙ୍କୁ ୧୭ ବର୍ଷ ହୋଇଛି ।

Advertisment
51 YEAR OLD GRANDMOTHER HAVING 6 CHILDREN GIVE BIRTH TO 7 CHILD IVF AMERICA (କିମ୍ୱର୍ଲି ନିଜ ସନ୍ତାନଙ୍କ ସହ)

ସପ୍ତମ ସନ୍ତାନକୁ ଜନ୍ମ ଦେବା ପାଇଁ ଖର୍ଚ୍ଚ କଲେ ୨୩ ଲକ୍ଷ

କିମ୍ବର୍ଲିଙ୍କର ୫ଟି ନାତି ମଧ୍ୟ ଅଛନ୍ତି, ହେଲେ ସେ ଏହି ବୟସରେ ଏକ ସପ୍ତମ ସନ୍ତାନ ଚାହୁଁଥିଲେ । ତିନି ବର୍ଷ ପୂର୍ବେ ଯେତେବେଳେ ସେ ତାଙ୍କ ନୂତନ ସାଥୀଙ୍କୁ ଭେଟିଥିଲେ, ସେତେବେଳେ ସେ ତାଙ୍କ ସହିତ ଏକ ସନ୍ତାନ ଜନ୍ମ କରିବାକୁ ଯୋଜନା କରିଥିଲେ, ଯଦିଓ ସେ ଏହି ସନ୍ତାନ ପାଇବା ପାଇଁ IVF ଟେକ୍ନୋଲୋଜି ଗ୍ରହଣ କରିଥିଲେ । ଆଇଭିଏଫ୍ ପ୍ରଣାଳୀରେ ସେ ପ୍ରାୟ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଦ୍ୱାରା ଚଳିତ ବର୍ଷ ସେ ତାଙ୍କର ସପ୍ତମ ସନ୍ତାନ ଟାୟରିକ୍‌କୁ ଜନ୍ମ ଦେଇଛନ୍ତି ।

ନ୍ୟୁଜ୍ ଏଜେନ୍ସି ଦି ସନ୍ ୱେବସାଇଟ୍‌ର ଏକ ରିପୋର୍ଟ ଅନୁଯାୟୀ, ଗର୍ଭବତୀ ହେବା ପାଇଁ କିମ୍ବର୍ଲି ଏକ ଡୋନର ଏଗ୍‌ (Donor Egg) ବ୍ୟବହାର କରିଥିଲେ ।

Advertisment

ଗୋଟିଏ ପକ୍ଷରେ କିମ୍ବର୍ଲି ଓ ତାଙ୍କ ପରିବାର ଲୋକେ ଏହି ସନ୍ତାନ ପାଇଁ ଖୁସି ଥିଲେ ଅନ୍ୟପକ୍ଷେ ସୋସିଆଲ୍‌ ମିଡିଆରେ କିମ୍ବର୍ଲିଙ୍କ ମା’ ହେବାକୁ ନେଇ ସମାଲୋଚନ କରୁଥିଲେ । ଏମିତିକି ଜଣେ ବ୍ୟକ୍ତି ପ୍ରଶ୍ନ କରିଛନ୍ତି ଯେ ଡାକ୍ତରମାନେ ମହିଳାଙ୍କୁ ଏହି ପଦକ୍ଷେପ ନେବାକୁ କିପରି ଅନୁମତି ଦେଇଛନ୍ତି ? ଅନ୍ୟଜଣେ କହିଛନ୍ତି ଯେ, ପିଲାଟି ୨୫ ବର୍ଷର ହୋଇଥିବା ସମୟରେ ମହିଳା ଜଣକ ଦୁନିଆରେ ରହିନଥିବେ । ଏହିପରି ଭାବରେ ଆଉ କେହି ଏହା ଅତ୍ୟନ୍ତ ଦାୟିତ୍ୱହୀନ ଆଚରଣ ବୋଲି ମଧ୍ୟ କହିଛନ୍ତି ।

ଲେକଙ୍କର ଏତେ ସମାଲୋଚନ ପରେ ମଧ୍ୟ କିମ୍ବର୍ଲି ତାଙ୍କ ମନୋବଳକୁ ନଭାଙ୍ଗି ନିଜ ଓ ନିଜ ପରିବାରର ଖୁସିକୁ ଦେଖିଛନ୍ତି ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ