Astrospeak
  • Live TV
  • Read In English

ମୁଁ ଭଲ ହେବାକୁ ଚାହେଁ, ଭଲ ହେଲେ ପାଠ ପଢ଼ି ଚାକିରି କରିବି . . ସାହାଯ୍ୟ କରିବାକୁ ଗୁହାରୀ କରୁଛି ଅଜଣା ରୋଗରେ ପୀଡ଼ିତ ଅଜିତ

ବାପା ମା ସୁସ୍ଥ ସବଳ ସନ୍ତାନଟିଏ ପାଇବାକୁ ଭଗବାନଙ୍କ ପାଖରେ କେତେ ପୁଜାବ୍ରତ କରନ୍ତି । ଆଉ ଛୁଆ ଟିଏ ଜନ୍ମ ହେଲେ ବହୁତ ଖୁସି ହୋବ ସହ ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି । ହେଲେ ପିଲା ବଡ ହେଲା ପରେ ଯେତେବେଳେ ଅଜଣା ବ୍ୟାଧିରେ ପଡେ, ସେତେବଳେ ବାପାମାଁଙ୍କ ଦୁଃଖ କହିଲେ ନସରେ

sonepur
ଅଜିତର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

News Summary

ଅନ୍ଧାରରେ କୁନି ପୁଅର ଭବିଷ୍ୟତ

ଅଜଣା ରୋଗରେ ପୀଡ଼ିତ ହୋଇ ଚାଲି ପାରୁନି

ସାହାଯ୍ୟ କର ସରକାର

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : ମୁଁ ଭଲ ହେବାକୁ ଚାହେଁ । ମୋତେ ସହଯୋଗ କରନ୍ତୁ । ଭଲ ହେଲେ ପୁଣି ପାଠ ପଢିବି । ଚାକିରି କରିବି ଏବଂ ବାପା ମାଙ୍କ ସେବା କରିବି । ହାତଯୋଡି ସମସ୍ତଙ୍କୁ ଅନୁରୋଧ କରୁଥିବା କୁନି ପିଲାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଡମାଳ ଗାଁର ୧୧ ବର୍ଷୀୟ ଅଜିତ ପୃଷ୍ଟି । ଗାଁର ରମାକାନ୍ତ ପୃଷ୍ଟି ଏବଂ ମାନସୀ ପୃଷ୍ଟିଙ୍କର ବଡ ସନ୍ତାନ ହେଉଛି ଅଜିତ । ଜନ୍ମବେଳେ ଅଜିତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଅନ୍ୟ ସାଧାରଣ ପିଲାଙ୍କ ପରି ସାଙ୍ଗ ମାନଙ୍କ ସହ ଖେଳୁଥିଲା ,ବୁଲୁଥିଲା ଏବଂ ପାଠ ମଧ୍ୟ ପଢୁଥିଲା । ହେଲେ ତାକୁ ଯେତେବେଳେ ୫ ବର୍ଷ ହେଲା, ସେ ଆଉ ଚାଲିପାରିଲେ ନାହିଁ । ଧିରେ ଧିରେ ପୁରା ଚାଲିବା ବୁଲିବା ବନ୍ଦ ହୋଇଗଲା । ଏବେ ଏଭଳି ଅବସ୍ଥା ହୋଇଛି ଯେ ଯୁଆଡେ ଗଲେ ଅନ୍ୟ ଜଣେ ବୋହିକି ନେବା ଆଣିବାକୁ ପଡୁଛି ।

ବାପା ମା ସୁସ୍ଥ ସବଳ ସନ୍ତାନଟିଏ ପାଇବାକୁ ଭଗବାନଙ୍କ ପାଖରେ କେତେ ପୁଜାବ୍ରତ କରନ୍ତି । ଆଉ ଛୁଆ ଟିଏ ଜନ୍ମ ହେଲେ ବହୁତ ଖୁସି ହୋବ ସହ ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି । ହେଲେ ପିଲା ବଡ ହେଲା ପରେ ଯେତେବେଳେ ଅଜଣା ବ୍ୟାଧିରେ ପଡେ, ସେତେବଳେ ବାପାମାଁଙ୍କ ଦୁଃଖ କହିଲେ ନସରେ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ପିଲାକୁ ଭଲ ନକରିପାରିଲେ ଅସହାୟ ଅନୁଭବ କରିବା ସହ ବାପାମାଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଏ । 

Also Read

ଅଜିତର ବାପା ରମାକାନ୍ତ ଜଣେ ନିହାତି ଗରିବ ଲୋକ । ତଥାପି ପୁଅକୁ ଭଲ କରିବା ପାଇଁ ସବୁ ଡାକ୍ତରଖାନା ଦେଖା ସାରିଲେଣି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଲେ ସୁଦ୍ଧା କରିସାରିଲେଣି । ପାଖରେ ଥିବା ସବୁତକ ଧନ ସମ୍ପତି ସାରି ସେ ଏବେ ହତାସ । ଆଉ ଅଧିକ ଚିକିତ୍ସା କରିବାକୁ ତାଙ୍କ ପାଖରେ ସମ୍ବଳ ନାହିଁ । ଏଣୁ ଏବେ ସରକାରୀ କିମ୍ବା ବେସରକାରୀ ସ୍ତରରେ ସହୟାତା କରିବାକୁ ସେ ଏବଂ ଗ୍ରାମବାସୀ ଦାଦି କରିଛନ୍ତି । ଅପରପକ୍ଷରେ ଅଜିତର ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସହଯୋଗ କରାଯିବବୋଲି ଜିଲ୍ଲାପାଳ କହିଛନ୍ତି ।