ଗାଁକୁ ଫେରିବାକୁ ୧୫୦ କିଲୋମିଟର ଚାଲିଲେ ଦାଦନ। ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଆସିଲେ ନବରଙ୍ଗପୁର ଝରିଗାଁ ବ୍ଲକର ୫ ଜଣ ଶ୍ରମିକ। ୩ ମାସ ପୂର୍ବେ ଆନ୍ଧ୍ର ପ୍ରଦେଶର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ। ହେଲେ ପାରିଶ୍ରମିକ ମାଗିବା ପରେ ସେମାନଙ୍କୁ ନିର୍ଯାତନା ସହିବାକୁ ପଡ଼ିଥିଲା।
ଶେଷରେ ଗତ ମଙ୍ଗଳବାର ଦିନ ରାତିଅଧିଆ ଲୁଚି ଛପି ଏହି ଶ୍ରମିକମାନେ ଚାଲି ଚାଲି ବାହାରି ଆସିଥିଲେ। ପାଖରେ ଟଙ୍କା ନଥିବାରୁ କୌଣସି ବାଟ ନପାଇ ରାଜରାସ୍ତାରେ ଚାଲି ଚାଲି କୋରାପୁଟ ସାଲୁର ଘାଟିରେ ପହଞ୍ଚିଥିଲେ। ଶ୍ରମିକଙ୍କ ଏ ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳର ଡ୍ରାଇଭର୍ ମାନେ ସହାୟତା କରିଥିଲେ।