Advertisment

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜୀବନ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲି ଯାଇଛି। କେଉଁଠି ବାଇକ୍‌କୁ ଅଟୋ ଧକ୍କା ଦେଇଥିବା ବେଳେ ଆଉ କେଉଁଠି ରାସ୍ତା ପାର୍‌ ହେଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ତ ଆଉ କେଉଁଠି ଟ୍ରକ୍‌ ଧକ୍କାରେ ଜୀବନ ଚାଲି ଯାଇଛି।

Accident

Accident

Advertisment

ଭଦ୍ରକ/ବାଲିଗୁଡ଼ା/ଯାଜପୁର: ଗତ ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲି ଯାଇଛି। କେଉଁଠି ବାଇକ୍‌କୁ ଅଟୋ ଧକ୍କା ଦେଇଥିବା ବେଳେ ଆଉ କେଉଁଠି ରାସ୍ତା ପାର୍‌ ହେଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ତ ଆଉ କେଉଁଠି ଟ୍ରକ୍‌ ଧକ୍କାରେ ଜୀବନ ଚାଲି ଯାଇଛି। 

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ରାସ୍ତାର ସାବରଙ୍ଗ ହାଇସ୍କୁଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରକ୍‌ ଧକ୍କାରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାସୁଦେବପୁର ଥାନା ଅନ୍ତର୍ଗତ ଏଡ଼ତାଲ ଅଞ୍ଚଳର ଦୈତାରି ବେହେରା, ପ୍ରକାଶ ଦଳେଇ ଓ ଚଣ୍ଡୀଗାଁ ଅଞ୍ଚଳର ଦୁଃଶାସନ ମହାପାତ୍ର। ଦୈତାରି, ପ୍ରକାଶ ଧାମରା ଅଞ୍ଚଳରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଦୁଃଶାସନ ଧାମରା ବନ୍ଦର ନିକଟରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୈତାରି, ପ୍ରକାଶ ଓ ଦୁଃଶାସନ ଏକ ବାଇକ୍‌ରେ ଧାମରାରୁ ଚଣ୍ଡିଗାଁକୁ ଯାଉଥିଲେ। ଦୁଃଶାସନଙ୍କୁ ଚଣ୍ଡିଗାଁରେ ଛାଡ଼ି ସେମାନେ ଏଡତାଳ ଫେରିଥାନ୍ତେ। ହେଲେ ସାବରଙ୍ଗ ହାଇସ୍କୁଲ ନିକଟରେ ସେମାନଙ୍କୁ ଟ୍ରକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡି ନେଇ ଫେରାର ହୋଇଯାଇଥିଲା। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Advertisment

ସେହିପରି ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ପାବୁରିଆଠାରେ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ମୃତକ ହେଲେ ପାବୁରିଆ ହାଟପଦା ସାହିର ବିନୋଦ ଦଣ୍ଡିଆ। 

ଗତକାଲି ସନ୍ଧ୍ୟାରେ ବିନୋଦ ଶୌଚ ସାରି ରାସ୍ତା ପାର୍‌ ହୋଇ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। କ୍ଷତିପୁରଣ ଦାବିରେ ବିନୋଦଙ୍କ ପରିବାର ସମେତ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। 

Advertisment

ଯାଜପୁର ଟାଉନ ଥାନା ଅର୍ନ୍ତଗତ କିଆନାଳି ଛକଠାରେ ଏକ ପରିବା ବୋଝେଇ ଅଟୋ ଧକ୍କାରେ ଜଣେ ବାଇକ୍‌ ଆରୋହୀ ମୃତ୍ୟୁ ଘଟିଛି। ମୃତକ ହେଲେ ରାଉତରାପୁର ଅଞ୍ଚଳର ଅନନ୍ତ ନାୟକ। 

ସୂଚନା ଅନୁସାରେ, ଯାଜପୁରରୁ ଷଠିପୁର ଅଭିମୁଖେ ଏକ ପରିବା ବୋଝେଇ ଅଟୋ ଯାଉଥିଲା। ଏହି ସମୟରେ କିଆନାଳି ଛକଠାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ରେ ୩ ଜଣ ଥିବା ବେଳେ ଘଟଣାସ୍ଥଳରେ ଅନନ୍ତଙ୍କ ମୃତ୍ୟୁ ହୋଇଥିଲା। ଆଉ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ ଜଣେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ