Advertisment

ରଙ୍ଗୀନ ହେଉଥିଲା ରାତି: ଜମୁଥିଲା ନାଚଗୀତର ଆସର, ଫିଙ୍ଗା ଯାଉଥିଲା ନକଲି ଟଙ୍କା

ବେଆଇନ୍‌ ଭାବେ ଚାଲିଥିଲା ଡ୍ୟାନ୍ସ। ଆଉ ଜମୁଥିଲା ନାଚଗୀତର ଆସର। ଖାଲି ଏତିକି ନୁହେଁ ବାର୍‌ରେ ବହୁ ନକଲି ଟଙ୍କା ମଧ୍ୟ ଫିଙ୍ଗା ଯାଉଥିଲା। ଖବର ପାଇ ପହଞ୍ଚିଗଲା ପୋଲିସ୍‌। ଫିକା ପଡ଼ିଗଲା ସବୁକିଛି।

ଅଦ୍ୟତନ ହୋଇଛି
Dance Bar Sealed

Dance Bar Sealed

Advertisment

ଭୁବନେଶ୍ୱର: କରୋନା ପରଠୁ ବାର୍‌ରେ ଡ୍ୟାନ୍ସ ପାଇଁ ଅନୁମତି ନଥିଲା। ହେଲେ ବେଆଇନ୍‌ ଭାବେ ଚାଲିଥିଲା ଡ୍ୟାନ୍ସ। ଆଉ ଜମୁଥିଲା ନାଚଗୀତର ଆସର। ଖାଲି ଏତିକି ନୁହେଁ ବାର୍‌ରେ ବହୁ ନକଲି ଟଙ୍କା ମଧ୍ୟ ଫିଙ୍ଗା ଯାଉଥିଲା। ହେଲେ ଖବର ପାଇ ପହଞ୍ଚିଗଲା ପୋଲିସ୍‌। ଫିକା ପଡ଼ିଗଲା ସବୁକିଛି। ରାଜଧାନୀ ଭୁବନେଶ୍ୱରରେ ବେଆଇନ୍‌ ଭାବେ ଚାଲୁଥିବା ଡ୍ୟାନ୍ସ ବାର୍‌ ଉପରେ ଗତକାଲି ଅବକାରୀ ବିଭାଗ ଓ ପୋଲିସ୍‌ ଟିମ୍‌ ମିଳିତ ଚଢାଉ କରିଛି। 

Advertisment

ବେଆଇନ୍‌ ଭାବେ ଚାଲୁଥିବା ରାଜଧାନୀର ୫ଟି ବାର୍‌ ଉପରେ ରେଡ୍‌ କରାଯାଇଛି। ଏଥିମଧ୍ୟରୁ ୩ଟି ବାର୍‌କୁ ସିଲ୍‌ କରାଯାଇଥିବା ବେଳେ ଅନ୍ୟ ୨ଟି ବାର୍‌ର ଲାଇସେନ୍ସ ରଦ୍ଦ କରିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସିଲ୍‌ ହୋଇଥିବା ୩ଟି ବାର୍‌ ହେଲା-ନଶା, ଲାଇଭ ଇଟ୍‌ ଅପ୍‌ ଓ ଏକାମ୍ର।

ସୂଚନାଥାଉ କି, ଗତ ମାସରେ ମଧ୍ୟ ରାଜଧାନୀରେ କିଛି ବାର୍‌କୁ ସିଲ୍‌ କରାଯାଇଥିଲା। କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍‌ରେ ନାଚ, ଗୀତ ଓ ମଦର ଆସର ଚାଲିଥିବା ଖବର ପାଇ ବିଏମ୍‌ସି ଅଧିକାରୀ ଓ କମିଶନରେଟ୍ ପୋଲିସ ଚଢ଼ାଉ କରି ବାର୍‌କୁ ସିଲ୍‌ କରିଥିଲେ। ତେବେ ଚଢ଼ାଉ ବେଳେ BMCର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଓ ପୋଲିସଙ୍କୁ ହଟହଟା ହେବାକୁ ପଡ଼ିଥିଲା। 

Advertisment
Bar Sealed Dance Bars Sealed Dance Bars Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ