Advertisment

ପ୍ରତିଶୋଧର ନିଆଁ: ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ମାରି ଦେଲେ

ସାପ କାମୁଡ଼ିଲା ବୋଲି ପ୍ରତିଶୋଧ ପରାୟଣ ହୋଇ ସାପକୁ କାମୁଡ଼ି ମାରିଦେଲେ ଜଣେ ୪୫ ବର୍ଷୀୟ ବ୍ୟକ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟଠି ସତ।

ଅଦ୍ୟତନ ହୋଇଛି
ପ୍ରତିଶୋଧର ନିଆଁ: ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ମାରି ଦେଲେ

man bites snake

Advertisment

ଯାଜପୁର: ସାପ କାମୁଡ଼ିଲା ବୋଲି ପ୍ରତିଶୋଧ ପରାୟଣ ହୋଇ ସାପକୁ କାମୁଡ଼ି ମାରିଦେଲେ। ଏହାପରେ ସାପର ରକ୍ତ ପିଇଲେ। ଶେଷରେ ମୃତ ସାପକୁ ଧରି ଗାଁ ସାରା ବୁଲିଲେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏଭଳି କିଛି ଘଟଣା ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍‌ ଅନ୍ତର୍ଗତ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗାଁରେ ଘଟିଛି।

Advertisment

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ୬ଟାରେ ୪୫ ବର୍ଷୀୟ କିଶୋର ବଦରା ବିଲରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ଏକ ଚିତି ସାପ ତାଙ୍କ ଡାହାଣ ଗୋଡ଼କୁ କାମୁଡ଼ି ଦେଇଥିଲା। ଏହା ପରେ କିଶୋର ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଧରି କାମୁଡ଼ି କାମୁଡ଼ି ମାରିବା ସହିତ ରକ୍ତ ପିଇ ଦେଇଥିଲେ। ଶେଷରେ ମୃତ ସାପଟିକୁ ଧରି ଘରକୁ ଫେରିଥିଲେ ଓ ସ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏପରିକି ସେ ମୃତ ସାପକୁ ଧରି ଗାଁରେ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଗାଁ ଲୋକେ ତାଙ୍କୁ ଡାକ୍ତରଖାନା ଯିବା ପାଇଁ କହିଥିଲେ। ହେଲେ ସେ ଡାକ୍ତରଖାନା ନ ଯାଇ ଗୁଣିଆଙ୍କ ପାଖକୁ ଯାଇ ଝଡ଼ାଫୁଙ୍କା କରିଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।

Advertisment

କିଶୋର ବଦରା କହିଛନ୍ତି, ଗୋଡ଼କୁ ସାପଟି କାମୁଡ଼ି ଦେବା ପରେ ମୁଁ ତାକୁ ଧରି ପକାଇଥିଲି। ଟର୍ଚ୍ଚ ମାରି ଦେଖିଲା ପରେ ଜାଣିଲି ସେଇଟା ଗୋଟିଏ ଚିତି ସାପ। ଏହା ପରେ ତାକୁ କାମୁଡ଼ି ମାରି ଦେଇଥିଲି ଓ ତା’ ରକ୍ତ ବି ପିଇ ଦେଇଥିଲି। ଏବେ ସୁସ୍ଥ ଅଛି। 

Odisha Jajpur Man Bites Snake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ