Advertisment

ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ

ଗଛରେ କାର୍‌ ପିଟି ହେବା ଯୋଗୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।ଝାଡ଼ଖଣ୍ଡ ଖୁଣ୍ଟି ନିକଟ ତରପା ଚୁର୍ଗି ନଦୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

accident

accident

Advertisment

ରାଉରକେଲା: ଗଛରେ କାର୍‌ ପିଟି ହେବା ଯୋଗୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।ଝାଡ଼ଖଣ୍ଡ ଖୁଣ୍ଟି ନିକଟ ତରପା ଚୁର୍ଗି ନଦୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ ଗୁରୁତରଙ୍କୁ ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ରାଉରକେଲା ସିଭିଲ୍ ଟାଉନସିପ୍ ଅଞ୍ଚଳର।

Advertisment

ସୂଚନା ଅନୁସାରେ, ବ୍ୟବସାୟୀ କହ୍ନେଇଆ ସ୍ତ୍ରୀ ଓ ନିଜ ୨ ଶିଶୁଙ୍କ ସହ କାର୍‌ରେ ପଶ୍ଚିମବଙ୍ଗ ରାଣୀଗଞ୍ଜରୁ ରାଉରକେଲା ଫେରୁଥିଲେ। ଏହି ସମୟରେ ତରପା ଚୁର୍ଗି ନଦୀ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇ  କାର୍‌ଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କହ୍ନେଇଆ, ତାଙ୍କ ସ୍ତ୍ରୀ ଓ ୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

ମୃତ ୨ ଶିଶୁଙ୍କ ମଧ୍ୟରେ ଜଣେ ୩ ବର୍ଷର ଝିଅ ଓ ୭ ବର୍ଷର ପୁଅ ଅଛନ୍ତି। ଏଥିରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକାସଙ୍ଗେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisment
Odisha Rourkela Road Accident Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ