Advertisment

ଘର ଭିତରେ ପୋଡ଼ିଗଲେ ପରିବାର

ଅପରାହ୍ନ ୫.୪୫ରେ ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Burning House

Burning House

Advertisment

ରାୟଗଡ଼ା: କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁରେ ଅଭାବନୀୟ ଘଟଣା। ନିଆଁରେ ପୋଡ଼ି ଯାଇ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଘର ଭିତରେ ପୋଡ଼ି ଯାଇ ବାପା, ମାଆ, ପୁଅ, ବୋହୂ ଗୁରୁତର ଅଛନ୍ତି। ଗୁରୁତରଙ୍କ ମଧ୍ୟରେ ଅଛନ୍ତି ବାପା ଦୟାନିଧି ବେହେରା, ମାଆ ଲକ୍ଷ୍ମୀ ବେହେରା, ତାଙ୍କ ପୁଅ ଅନୀଲ ବେହେରା ଏବଂ ବୋହୁ ସ୍ବପ୍ନା ବେହେରା। ଘରେ ଥିବାବେଳେ ନିଆଁ ଜଳି ସମସ୍ତେ ଚିତ୍କାର କରୁଥିଲେ। ଚିତ୍କାର ଶୁଣିବା ପରେ ପଡ଼ୋଶୀ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି। 

Advertisment

ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବାପା, ପୁଅ ଓ ବୋହୂଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି, ପୋଲିସର ତଦନ୍ତ ଜାରି ରହିଛି। ତେବେ ଅପରାହ୍ନ ୫.୪୫ରେ ଘଟଣା ଘଟିଥିଲା। ଆଖପାଖର ଲୋକମାନେ କବାଟ ଭାଙ୍ଗିକି ଉଦ୍ଧାର କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ