Advertisment

ଦଶାହ କର୍ମ ସାରି ଫେରୁଥିଲେ, ଘାଟିରେ ଜଗିଥିଲା ଯମ...

ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
4 Killed In Road Accident In Bangriposi Ghati In Baripada

4 Killed In Road Accident In Bangriposi Ghati In Baripada

Advertisment

ମୟୂରଭଞ୍ଜ ଜିଲ୍ଲା ବାରିପଦା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକ ଆହତ ହୋଇଛନ୍ତି। ଆହତଙ୍କୁ ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ମୃତକ ହେଲେ- ଷ୍ଟିଫେନ ହାସ୍‌ଦା, ଏଲିଓ ହାସ୍‌ଦା, ଆଲିଦା ହାସ୍‌ଦା ଓ ଏଲିଜାବେଥ୍‌। ଆହତ ହେଲେ ଡାଭିଡ୍‌ ହାସ୍‌ଦା। ମୃତାହତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।  ଗତକାଲି ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ବାରିପଦା ଘୁଘୁଡାକଟା ସାହିର ଗୋଟିଏ ପରିବାରର ୫ ସଦସ୍ୟ ବିଷୋଇ ଥାନା ଅନ୍ତର୍ଗତ ଲୁହାକାନି ଗାଁକୁ ଏକ ଦଶାହ କର୍ମରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ବାଙ୍ଗିରିପୋଷି ଘାଟିରେ ସେମାନଙ୍କ ଗାଡ଼ିକୁ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା। ଏହାପରେ ସାମ୍ନା ପଟୁ ଆସୁଥିବା ଆଉ ଏକ ଟ୍ରକ୍‌ ସହ ବୋଲେରୋ ଧକ୍କା ହୋଇଥିଲା ଓ ଦୁଇଟି ଟ୍ରକ୍‌ ମଝିରେ ବୋଲେରୋ ଚାପି ହୋଇଯାଇଥିଲା।  ଫଳରେ ୪ ଜଣଙ୍କ ଜୀବନ ଚାଲି ଯାଇଛି।

Advertisment

କଟର୍‌ ସାହାଯ୍ୟରେ ମୃତାହତକୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ