Advertisment

ଶେଷଯାତ୍ରା ହେଲା ତୀର୍ଥଯାତ୍ରା : ବସ୍‌ ଓଲଟି ୪ ମୃତ

ତୀର୍ଥଯାତ୍ରୀ ବସକୁ ପିଟିଲା ଟ୍ରେଲର । ଏଥିରେ ୪ ଜଣଙ୍କ ଜୀବନ ଚାଲିଯାଇଛି ।

ଅଦ୍ୟତନ ହୋଇଛି
accident

accident

Advertisment

ତୀର୍ଥଯାତ୍ରୀ ବସ୍ ଓଲଟି ୪ ମୃତ । ଝାଡ଼ଖଣ୍ଡ ହଜାରିବାଗରେ ଓଡ଼ିଶାର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା (Accident)ରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟ୍ରେଲର ଧକ୍କା ଦେଇଥିଲା  । ଏଥିରେ ଆହୁରି ୨୫ରୁ ଅଧିକ ଆହତ ହୋଇଛନ୍ତି ।

Advertisment

ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି କଣିହାଁ ଥାନା ଅନ୍ତର୍ଗତ କଂସମୁଣ୍ଡା ଗାଁର ମନୁ ବେହେରା ଓ ମସୁଣିହତା ଗାଁର ମେନକା ପ୍ରଧାନ। ଦୁର୍ଘଟଣାରେ ଆହୁରୀ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।  

ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଝାରଖଣ୍ଡର ହଜାରିବାଗ ଠାରେ ଏହି ଦୁର୍ଘଟଣା ଘଟିଛି । ଟ୍ରେଲର ଧକ୍କାରେ ବସ୍‌ଟି ଓଲଟି ପଡ଼ିଥିଲା । ଟ୍ରେଲରଟି ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ।  ବସରେ ମୋଟ ୫୫ ଜଣ ଯାତ୍ରୀ ଥିଲେ। ସେମାନେ ବିହାରର ଗୟା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ମୃତକଙ୍କ ପରିବାର ଲୋକେ ମୃତଦେହ ଆଣିବା ପାଇଁ ଝାରଖଣ୍ଡ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳି ଯାଇଛି।

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ